ଜିଏସଟି ପ୍ରଭାବ : ୧ ଜୁଲାଇରୁ ମହଙ୍ଗା ହେବ ମୋବାଇଲ୍ ଏବଂ ଇଂଟରନେଟ୍ ସେବା

20

ସ୍ୱାଧିନତା ପରେ ଦେଶରେ ସବୁଠାରୁ ବଡ଼ ସୁଧାର ଆଣିବାକୁ ଯାଉଥିବା ବସ୍ତୁ ଓ ସେବା କର (ଜିଏସଟି) ଜୁଲାଇ ୧ରୁ ଲାଗୁ ହେବାକୁ ଯାଉଛି । ଜିଏସଟିର ଲଂଚିଂ ଜୁନ୍ ୩୦ର ମଧ୍ୟ ରାତ୍ରିରୁ ସଂସଦର ସେଂଟ୍ରାଲ ହଲରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ରାଜ୍ୟର ମନ୍ତ୍ରୀ ଏବଂ ସାଂସଦ ମଧ୍ୟ ଉପସ୍ଥିତ ରହିବେ । ତେବେ ଏକ୍ସପର୍ଟଙ୍କ ମତରେ ଜିଏସଟି ଲାଗୁ ହେବା ପରେ ମୋବାଇଲ୍ ବିଲ୍ ଏବଂ ଇଂଟରନେଟ୍ ସେବା ଗଭୀର ରୂପେ ପ୍ରଭାବିତ ହେବ । ଆସନ୍ତୁ ଜାଣିବା ୧ ଜୁଲାଇଠାରୁ ଆପଣଙ୍କ ମୋବାଇଲ୍ ଏବଂ ଇଂଟରନେଟ୍ ବିଲର ମୂଲ୍ୟ କେତେ ମହଙ୍ଗା ହେବ ?

୧ ଜୁଲାଇଠାରୁ ସାରା ଦେଶରେ ଜିଏସଟି ଲାଗୁ ହେବା ପରେ ଟେଲିକମ ସେବା ଗଭୀର ରୂପେ ପ୍ରଭାବିତ ହେବ । ବର୍ତ୍ତମାନ ସମୟରେ ଯେଉଁଠି ମୋବାଇଲ୍ ବିଲ୍ ଉପରେ ୧୫ ପ୍ରତିଶତ ଟାକ୍ସ ଲାଗୁଛି ଜିଏସଟି ଲାଗୁ ହେବା ପରେ ତାହା ୧୮ ପ୍ରତିଶତକୁ ବୃଦ୍ଧି ପାଇବ । ୧ ଜୁଲାଇରୁ ଲାଗୁ ହେବାକୁ ଥିବା ନୁଆ ଟାକ୍ସ ସିଷ୍ଟମ ଆଧାରରେ ଯଦି ଆପଣ ଜଣେ ପୋଷ୍ଟପେଡ୍ ୟୁଜର ଅଟନ୍ତି ଏବଂ ମୋବାଇଲ୍ ବିଲ୍ ୧ହଜାର ଟଙ୍କା ଦେଉଛନ୍ତି ତେବେ ୧ ଜୁଲାଇଠାରୁ ପ୍ରତି ମାସରେ ଏହା ୩୦ ପ୍ରତିଶତ ମହଙ୍ଗା ହୋଇପାରେ । ଅର୍ଥାତ୍ ଆପଣଙ୍କୁ ପ୍ରତିମାସ ୧,୦୩୦ ଟଙ୍କା ବିଲ୍ ଦେବାକୁ ପଡିବ ।

ସେହିପରି ଯଦି ଆପଣ ପ୍ରିପେଡ୍ ୟୁଜର ଅଟନ୍ତି ତେବେ ଏହି ସମୟରେ ଆପଣଙ୍କୁ ୧୦୦ ଟଙ୍କା ରିଚାର୍ଜ ଉପରେ ଯେଉଁଠି ୮୨.୨୦ ଟଙ୍କାର ଟକଟାଇମ୍ ମିଳୁଛି ସେଠାରେ ୧ ଜୁଲାଇଠାରୁ ଆପଣଙ୍କୁ ଏହି ରିଚାର୍ଜ ଉପରେ ୮୩.୯୬ ଟଙ୍କା ମିଳିବ । ତେବେ ଏହାର ବାସ୍ତବିକ ରେଟ୍ ୧ ଜୁଲାଇ ପରେ ଜଣା ପଡିବ ।

ମୋବାଇଲ୍ ଫୋନ୍ ହୋଇପାରେ ମହଙ୍ଗା

ମୋବାଇଲ୍ ବିଲ୍ ଏବଂ ଇଂଟରନେଟ୍ ସହିତ ମୋବଇଲ୍ ଫୋନ୍ ମଧ୍ୟ ମହଙ୍ଗା ହୋଇପାରେ । କିଛି ରାଜ୍ୟରେ ମୋବାଇଲ୍ ମହଙ୍ଗା ହୋଇଯିବ ତ କିଛି ରାଜ୍ୟରେ ଶସ୍ତା । ତେବେ ଯେଉଁ ରାଜ୍ୟରେ ଅଧିକ ୧୪ ପ୍ରତିଶତ ଟାକ୍ସ ରହିଛି ସେଠାରେ ଫୋନ ଶସ୍ତା ଏବଂ ଯେଉଁଠାରେ ଏହାଠାରୁ କମ୍ ରହିଛି ସେଠାରେ ମୋବାଇଲ୍ ମହଙ୍ଗା ହୋଇଯିବ । ଏଠାରେ ଆମେ କହି ରଖୁଛୁ କି, ସରକାର ଜିଏସଟି ଆଧାରରେ ମୋବାଇଲ୍ ଉପରେ ୧୨ ପ୍ରତିଶତ ଟାକ୍ସ ରେଟ୍ ଧାର୍ଯ୍ୟ କରିଛନ୍ତି ।

ସୌଜନ୍ୟ: ଅମର ଉଜାଲା

ଏହାସହ ମଧ୍ୟ ପଢନ୍ତୁ- ଜୁୁଲାଇରୁ ସହଜ ହେବ ନାହିଁ ସୁନାର କ୍ରୟ ଆଉ ବିକ୍ରୟ ! ଜାଣନ୍ତୁ କଣ ରହିଛି ଜିଏସଟିର ପ୍ରଭାବ