କୁହାଯାଏ, ସକାଳର ଖାଦ୍ୟ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ସେହିପରି ସକାଳେ କେହି କେହି ତୈଳଜାତ ଖାଦ୍ୟ ଖାଇବାକୁ ବେଶି ପସନ୍ଦ କରିଥାନ୍ତି ତ ପୁଣି କେହି ସାଧାସିଧା କିଛି ବି ଖାଇଦିଅନ୍ତି । କିନ୍ତୁ ଅଧିକାଂଶ ଲୋକଙ୍କର ଦିନର ଆରମ୍ଭ ବ୍ରେଡରୁ ହିଁ ହୋଇଥାଏ । କାରଣ ବ୍ରେଡ ହେଉଛି ଶସ୍ତା, ସୁନ୍ଦର ଏବଂ ସ୍ୱାଦିଷ୍ଟ ଖାଦ୍ୟ । ବିଶେଷ କରି ଏକାକୀ ରହୁଥିବା ଲୋକମାନଙ୍କ ପାଇଁ ଏହାକୁ କୌଣସି ବରଦାନଠାରୁ କମ ବୋଲି କହିଲେ କିଛି ଭୁଲ ହେବ ନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ହେଲେ ଆପଣ ଜାଣି ଚକିତ ହେବେ କି ଆପଣ ଯାହାକୁ ଶସ୍ତା ଏବଂ ସ୍ୱାଦିଷ୍ଟ ଭାବି ଖାଉଛନ୍ତି ତାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଖତରନାକ ହୋଇପାରେ । ଆଜ୍ଞା ହଁ ! ବ୍ରେଡ ଖାଇବା ଦ୍ୱାରା କ୍ୟାନସର ଭଳି ବଡ ରୋଗର ଆପଣ ଶିକାର ହୋଇପାରନ୍ତି । ଏକଥା ଆମେ କହୁନୁ ବରଂ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏହା ସାମ୍ନାକୁ ଆସିଛି । ଅଧ୍ୟୟନରୁ ଜଣାପଡିଥିଲା କି, ହ୍ରାଇଟ୍ ବ୍ରେଡ, କର୍ଣ୍ଣ ଫ୍ଲେକ୍ସ ଏବଂ ଫ୍ରାଏ ବାଲା ଖାଦ୍ୟ ଯେପରିକି ଗ୍ଲାଇସେମିକ ଇନଡେକ୍ସ ଯୁକ୍ତ ଖାଦ୍ୟ ଏବଂ ପାନୀୟ ପଦାର୍ଥ, କଲିଜାକୁ କ୍ୟାନସରର ବିକାଶକୁ ବୃଦ୍ଧିକରିଥାଏ ।
ସାଧାରଣତଃ ବ୍ରେଡକୁ ରୁଟି ପ୍ରସ୍ତୁତ କରାଯାଉଥିବା ଅଟାରେ ପ୍ରସ୍ତୁତ କରାଯାଇଥାଏ, ଏହାଦ୍ୱାରା ବ୍ୟାପୁଥିବା କ୍ୟାନସର ଭଳି ଭୟଙ୍କର ରୋଗ କିଭଳି ସୃଷ୍ଟି ହୋଇପାରିବ ? ଏହି ପ୍ରଶ୍ନର ଉତର ଏହା ହେଲା କି ସମସ୍ୟା ଅଟାରେ ନାହିଁ ବରଂ ବ୍ରେଡ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଉଥିବା କେମିକାଲ ତଥା ରସାୟନିକ ପଦାର୍ଥରେ ରହିଛି । ଯାହା ଉପରେ ଅନେକ ଦେଶରେ ବହୁଦିନ ପୂର୍ବରୁ ହିଁ ପ୍ରତିବନ୍ଧକ ଲଗାଯାଇସାରିଛି ।
କିନ୍ତୁ ଭାରତରେ ଏବେବି ଏହାର ବ୍ୟବହାର ବେଧଡକ ଭାବରେ ଚାଲିଛି । ତେବେ ଏହି ରସାୟନିକ ପଦାର୍ଥର ନାଁ ହେଉଛି ପୋଟେସିୟମ ବ୍ରୋମେଟ ଏବଂ ପୋଟେସିୟମ ଆୟୋଡେଟ । ବିଶ୍ୱର ତମାମ ଦେଶଗୁଡିକରେ ବ୍ରେଡ ଏବଂ ବେକରୀର ଅନ୍ୟ ଜିନିଷରେ ଏହି କେମିକାଲଗୁଡିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇସାରିଛି ।
କେଉଁ ଦେଶରେ ଲଗାଯାଇଛି ପ୍ରତିବନ୍ଧକ
ଆମେରିକା, ଇଂଲଣ୍ଡ, କନାଡା, ଅଷ୍ଟ୍ରେଲିଆ, ଚୀନ, ଶ୍ରୀଲଙ୍କା, ନାଇଜେରିଆ ଏବଂ କୋଲମ୍ବିୟା ଭଳି ଦେଶମାନଙ୍କରେ ଏହି କେମିକାଲର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ବ୍ରେଡ ଖାଇବା ଦ୍ୱାରା କ୍ୟାନସର ଏବଂ ଥାଇରଏଡ ହେବା ସମ୍ଭାବନା
ଅଧ୍ୟୟନରୁ ଜଣାପଡିଛି କି, ଗୋଟିଏ ନୁହେଁ ବରଂ ସମସ୍ତ ରିସର୍ଚ୍ଚରେ ପ୍ରମାଣିତ ହୋଇସାରିଛି କି, ପୋଟାସିୟମ ବ୍ରୋମେଟ ପେଟର କ୍ୟାନସର ଏବଂ କିଡନୀରେ ଷ୍ଟୋନ ହେବା ଭଳି ରୋଗ ସହ ଜଡିତ । ଏଭଳି ପ୍ରକାରର ବ୍ରେଡରେ ପୋଟାସିୟମ ଆୟୋଟେଡ ହେବା ଦ୍ୱାରା ଶରୀରରେ ଆବଶ୍ୟକତାଠାରୁ ଅଧିକ ଆୟୋଡିନ ଚାଲିଯାଇଥାଏ । ଫଳସ୍ୱରୂପ, ଥାଇରଏଡ ଗ୍ଲେଡରେ ଗଡବଡି ହେବାରେ ଲାଗିଥାଏ । କାରଣ ବ୍ରେଡ ଏକ ଏଭଳି ଜିନିଷ ଯାହାଦ୍ୱାରା ଲୋକେ ଲଗାତର ଭାବରେ ପ୍ରତିଦିନ ସେବନ କରିଥାନ୍ତି । ଏଥିିପାଇଁ ଏହାଦ୍ୱାରା ସୃଷ୍ଟି ହେଉଥିବା ବିପଦକୁ ଆଦୌ ଅଣଦେଖା କରିବା ଅନୁଚିତ । ପୋଟାସିୟମ ବ୍ରୋମେଟ ଏଭଳି ହିଁ ଏକ ରସାୟନିକ ପଦାର୍ଥ ଯାହାକି ଲଗାତର ଭାବରେ ଶରୀର ମଧ୍ୟକୁ ପ୍ରବେଶ କରିବା ଦ୍ୱାରା କ୍ୟାନସର ହେବାର ଭୟ ବୃଦ୍ଧି ପାଇଥାଏ । ଏଭଳି ପ୍ରକାରର ପୋଟାସିୟମ ଆୟୋଡାଇଟରୁ ଥାଇରଏଡ ସହ ସମ୍ବନ୍ଧିତ ସମସ୍ୟା ସୃଷ୍ଟି ହୋଇଥାଏ ।
ଏବେ ପ୍ରଶ୍ନ ଉଠୁଛି କି, ଯଦି ଏହି କେମିକାଲ ଏତେ ଭୟଙ୍କର ତେବେ ବ୍ରେଡ କଂପାନୀମାନେ ଏହାର ବ୍ୟବହାର କାହିଁକି କରୁଛନ୍ତି ? କଂପାନୀମାନେ ବ୍ରେଡ ପ୍ରସ୍ତୁତ କରୁଥିବା ଅଟାରେ ଏହି କେମିକାଲକୁ ଏଥିପାଇଁ ମିଶାଇଥାନ୍ତି,କାହିଁକି ନା ଏହାଦ୍ୱାରା ବ୍ରେଡ ଧଳା ଏବଂ ମୁଲାୟମ ତଥା କୋମଳ ବା ନରମ ହୋଇଥାଏ । ଏଥିସହିତ ହିଁ ଭଲଭାବରେ ଫୁଲିଥାଏ ।
କେଉଁ ବ୍ରେଡରେ ରହିଛି କ୍ୟାନସର ହେବାର ଭୟ
ଆଶ୍ଚର୍ଯ୍ୟକର କଥା ହେଲା କି,ଅଧିକାଂଶ କଂପାନୀ ବ୍ରେଡ ପ୍ୟାକେଟ ଉପରେ ଲେଖି ନଥାନ୍ତି କି, ବ୍ରେଡରେ ପୋଟାସିୟମ ବ୍ରୋମେଟ ଏବଂ ପୋଟାସିୟମ ଆୟୋଡେଟର ବ୍ୟବହାର କରାଯାଇଛି ବୋଲି । ସେହିପରି ହାନୀକାରଣ କେମିକାଲ ସଂପର୍କରେ ବ୍ରେଡର ଯାଂଚ କରିବା ଦ୍ୱାରା ସାମ୍ନାକୁ ଆସିଥିଲା କି, ଅଧିକ ଧଳା ଏବଂ ନରମ ଦେଖାଯାଉଥିବା ବ୍ରେଡ ଅଧିକ ବିପଦପୂର୍ଣ୍ଣ ଅଟେ । ସେହିପରି ବ୍ରାଉନ ବ୍ରେଡ ଏବଂ ମଲ୍ଟି ଗ୍ରେନ ବ୍ରେଡରେ ହାନୀକାରକ କେମିକାଲର ମାତ୍ରା କମ ମିଳିଛି ।
ସୌଜନ୍ୟ: ଆଜତକ୍