ଆଧାର ପଞ୍ଜୀକରଣ କରି ହୁଅନ୍ତୁ ମାଲେମାଲ୍ !

57

ଆଧାର କାର୍ଡ ପଞ୍ଜିକରଣ କଲେ ମିଳିବ ଟଙ୍କା । ସୂଚନା ମୁତାବକ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଆରମ୍ଭ କରିଛି ଏଭଳି ଯୋଜନା । ସିବିଏସଇ ମାନ୍ୟତା ପ୍ରାପ୍ତ ଦେଶର ସମସ୍ତ ବିଦ୍ୟାଳୟଗୁଡିକରେ ଆଧାର କାର୍ଡ ପଞ୍ଜୀକରଣ କେନ୍ଦ୍ର ଖୋଲିବାକୁ ନିଦ୍ଦେଶ ଦେଇଛି ବୋର୍ଡ । ତେବେ ସିବିଏସଇ ଏବଂ ୟୁନିକ୍ ଆଇଡେଂଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ମଧ୍ୟରେ ଆଲୋଚନାରୁ ଏଭଳି ନିର୍ଯ୍ୟାସ ବାହାରିଛି ।

ତେବେ ଏହାଦ୍ୱାରା ଯେଉଁ ଛାତ୍ରଛାତ୍ରୀମାନଙ୍କର ଆଧାର କାର୍ଡ ନାହିଁ ସେମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ସେମାନଙ୍କୁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ ବରଂ ପ୍ରତ୍ୟେକ ପଞ୍ଜିକରଣ ପ୍ରତି ବୋର୍ଡ ପକ୍ଷରୁ ସେମାନଙ୍କୁ ଟଙ୍କା ମିଳିବ । ଖାଲି ସେତିକି ନୁହେଁ ଛାତ୍ରଛାତ୍ରୀଙ୍କ ପରିବାରଲୋକେ ମଧ୍ୟ ଏହି ବ୍ୟବସ୍ଥାର ଲାଭ ଉଠାଇ ପାରିବେ । ଅର୍ଥାତେ ସେମାନେ ମଧ୍ୟ ନିଜର ଆଧାର ପଞ୍ଜିକରଣ କରିବା ସହ ଆଧାର ଜନିତ ସମସ୍ତ ତ୍ରୁଟିକୁ ମଧ୍ୟ ସଂଶୋଧନ କରିପାରିବେ ।