ଆକାଉଂଟରେ ବାଲାନ୍ସ ନଥିବା କାରଣକୁ ବାଉନ୍ସ ହୋଇଯାଇଛି କି ଆପଣଙ୍କ ଚେକ୍ ? ତେବେ ଜାଣନ୍ତୁ ଏଭଳି ପରିସ୍ଥିତି କଣ କରିବେ

41

ସିଷ୍ଟୋମେଟିକ୍ ଇନଭେଷ୍ଟମେଂଟ ପ୍ଲାନ ତଥା ସିପ୍ ଜରିଆରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ଏକ ଲୋକପ୍ରିୟ ବିକଳ୍ପ ଅଟେ । ସିପ୍ ଆଧାରରେ ପ୍ରତିମାସ ଏକ ନିର୍ଦ୍ଧାରିତ ପରିମାଣର ଅର୍ଥରାଶି ଆପଣଙ୍କ ଖାତାରୁ କଟିଯାଇଥାଏ ଏବଂ ଏହି ଅର୍ଥରାଶିର ୟୁନିଟ୍ ଆପଣଙ୍କୁ ଆଲର୍ଟ କରିଦିଆଯାଇଥାଏ । ହେଲେ ଅନେକ ସମୟରେ ପ୍ରତିମାସ ଚାଲୁଥିବା ଏହି ପ୍ରକ୍ରିୟା ଖାତାରେ ପର୍ଯ୍ୟାପ୍ତ ବାଲାନ୍ସ ନଥିବା କାରଣରୁ ଭାଙ୍ଗି ଯାଇଥାଏ । ଯାହାକି ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ତେବେ ଅଧିକାଂଶ ସମୟରେ ଏଭଳି ସମସ୍ୟା ଦରମା ବିଳମ୍ବରେ ଆସିଲେ, ଲଗାଯାଇଥିବା କୌଣସି ଚେକ୍ କ୍ଲିଅର ନହେଲେ କିମ୍ବା ଖାତାରେ ପର୍ଯ୍ୟାପ୍ତ ପରିମାଣର ବାଲାନ୍ସ ନ ରହିବା କାରଣରୁ ଉପୁଜିଥାଏ । ତେଣୁ ଏଭଳି ପରିସ୍ଥିତିରେ ଆପଣ କଣ କରିବା ଉଚିତ ଆଜି ସେ ସଂପର୍କରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା . . .

ବ୍ୟାଙ୍କ ଶୁଳ୍କ

ଅଧିକାଂଶ ସମୟରେ ନୂଆ ନିବେଶକମାନଙ୍କୁ ଜଣା ନଥାଏ କି, ନିବେଶରେ ଲଗାଯାଇଥିବା ବ୍ୟାଙ୍କ ଖାତାରେ ପର୍ଯ୍ୟାପ୍ତ ବାଲାନ୍ସ ନଥିଲେ ବ୍ୟାଙ୍କ ଆପଣଙ୍କ ଉପରେ କେତେ ଟଙ୍କାର ଜରିମାନା ଲାଗାଇଥାଏ । ତେବେ ଏହି ଶୁଳ୍କ ପ୍ରତ୍ୟେକ ବ୍ୟାଙ୍କରେ ପୃଥକ ପୃଥକ ହୋଇଥାଏ । ଏଥିପାଇଁ ଚେଷ୍ଟା କରିବେ କି ସିପ, ଚେକ୍ କିମ୍ବା କୌଣସି ବି କିସ୍ତି, ଯାହାକି ଆପଣଙ୍କ ଖାତାରୁ କଟୁଛି ତା ଉପରେ କେତେ ଟଙ୍କା ଜରିମାନା ବାବଦକୁ ଲାଗିଛୁ ବୋଲି ଜାଣିବାକୁ ।

ଏସଏମଏସ ଏବଂ ଇ-ମେଲ ଆଲର୍ଟ

ପେମେଂଟ ହାଉସ କିମ୍ବା ବ୍ରୋକର୍ସ ଆପଣଙ୍କୁ ଏସଂପର୍କରେ ସୂଚିତ କରିବା ଉଦ୍ଦେଶ୍ୟରେ ଉଭୟ ଏସଏମଏସ କିମ୍ବା ଇ-ମେଲ ପଠାଇଥାନ୍ତି । ଏହି ମେସେଜ ଏସଆଇପିର ବ୍ୟାଙ୍କ ଖାତାରୁ କଟାଯିବା ନେଇ ପଠାଯାଇଥାଏ । ଏହାଦ୍ୱାରା ଏସଆଇପି ନିବେଶକ ସତର୍କ ହୋଇ ନିଜ ବ୍ୟାଙ୍କ ଖାତାରେ ପର୍ଯ୍ୟାପ୍ତ ଅର୍ଥରାଶି ରଖିବାକୁ ପଡିବ ।

ଷ୍ଟାଡିଂ ଇନଷ୍ଟ୍ରକସନ

ଅଧିକାଂଶ ନିବେଶକ ନିଜ ସାଲାରୀ ବ୍ୟାଙ୍କ ଆକାଉଂଟ ଏବଂ ନିବେଶ ପାଇଁ ଅଲଗା ଅଲଗା ବ୍ୟାଙ୍କ ଆକାଉଂଟ ରଖିଥାନ୍ତି । ବାରମ୍ବାର ଚାକିରି ପରିବର୍ତ୍ତନ ହେବା ଦ୍ୱାରା ତାଙ୍କର ଅନେକ ସାଲାରୀ ଖାତା ହୋଇଯାଇଥାଏ । ତେଣୁ ନିବେଶ ପାଇଁ ଅଲଗା ବ୍ୟାଙ୍କ ଖାତା ରଖିବା ଲାଭଜନକ ହୋଇଥାଏ । ଏହାକୁ ସୁନିଶ୍ଚିତ କରିବା ପାଇଁ ଷ୍ଟାଡିଂ ଇନଷ୍ଟ୍ରକସନ ଆପଣଙ୍କର ଏସଆଇପିର ଡ୍ୟୁ ଡେଟ୍ ପୂର୍ବରୁ ହିଁ ନିବେଶ ଖାତାରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ରଖିବାରେ ସହାୟତା ହୋଇଥାଏ ।

ଅନଲାଇନ ମାଧ୍ୟମର ବ୍ୟବହାର

ଯଦି ସମସ୍ତ ସାବଧାନତା ପରେ ବି କୌଣସି କାରଣରୁ ସିପ୍ ବାଉନ୍ସ ହୋଇଯାଏ ତେବେ ଏହାର ସୂଚନା ଆପଣ ଆପଣଙ୍କର ବ୍ୟାଙ୍କ ଏବଂ ଫଣ୍ଡ ହାଉସକୁ ନିଶ୍ଚୟ ରୂପେ ଅବଗତ କରାନ୍ତୁ । ଏଥିସହିତ ହିଁ ସିପ ବାବଦକୁ ଅର୍ଥ ରାଶିକୁ ଜମା କରି, ତାକୁ ନିୟମିତ ରୂପରେ ପୁଣି ଥରେ ଆରମ୍ଭ କରନ୍ତୁ । ମାତ୍ର ଥରେ ପେମେଂଟ ଭାଙ୍ଗି ଗଲେ ତାକୁ ବନ୍ଦ କରିବାକୁ ଆଦୌ ଚିନ୍ତା କରନ୍ତୁ ନାହିଁ ।