ସ୍ପେନ୍ ଜଙ୍ଗଲରେ ଭୀଷଣ ନିଆଁ । ନିଆଁ ଲଭାଇବାରେ ମୁତୟନ ସେନାର ହେଲିକପ୍ଟର ।

153

କନକ ବ୍ୟୁରୋ: ସ୍ପେନ୍ ପାହାଡ ମାନଙ୍କରେ ଲାଗିଥିବା ନିଆଁକୁ ଏଯାଏଁ ନିୟନ୍ତ୍ରଣ କରାଯାଇପାରିନାହିଁ । ନିଆଁ ଲିଭାଇବାକୁ ଏକାଧିକ ହେଲିକପ୍ଟରକୁ ମୁତୟନ କରାଯାଇଥିଲେ ବି ନିଆଁ ନିୟନ୍ତ୍ରଣକୁ ଆସୁନାହିଁ । ଏଯାଏଁ ୨୦୦୦ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଦକ୍ଷିଣ ସ୍ପେନରେ ନିଆଁର କରାଳ ରୂପ ଦେଖିବାକୁ ମିଳିଛି । କାରଣ ଗତ କିଛି ଦିନ ହେବ ଏଠିକାର ବ୍ୟାପକ ଜଙ୍ଗଲରେ ନିଆଁ ଲାଗଥିଲେ ବି ଏହାକୁ ଲିଭାଇବା ସମ୍ଭବ ହୋଇପାରିନାହିଁ । ଜଙ୍ଗଲର ନିଆଁ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଲୋକବସିତି ଗୁଡିକ ମଧ୍ୟରେ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି । ଗ୍ର୍ରୀଷ୍ମ ପ୍ରବାହ ସାଙ୍ଗକୁ ପବନର ବେଗ ନିଆଁକୁ ଆହୁରି ଶକ୍ତି ଯୋଗାଉଛି । ନିଆଁର ପ୍ରକୋପ ଏତେ ଅଧିକ ଅଛି ଯେ, ଏହାକୁ ଲିଭାଇବାକୁ ୧୦୦୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ ନିଆଁ ଲିଭାଇବା ସମ୍ଭବ ହେଉନାହିଁ । ଏହାଦ୍ୱାରା ସ୍ଥାନୀୟ ଇଲାକାରେ ତାପମାତ୍ରା ଆବଶ୍ୟକତା ଠାରୁ ଅଧିକ ରହିଛି ।