ଅଖିଳେଶ-ମାୟାବତୀଙ୍କ ମେଣ୍ଟ ପରେ କଂଗ୍ରେସର ୟୁପି ପ୍ଲାନ୍ । ଏକଲା ଲଢ଼ିବ କଂଗ୍ରେସ, ସମସ୍ତ ୮୦ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା

ସାମ୍ବାଦିକ ସମ୍ମିଳନୀ କରି ଗୁଲାମନବୀ ଆଜାଦ୍ କହିଲେ କଂଗ୍ରେସ ଭାଙ୍ଗିନି ମେଂଟ

182

କନକ ବ୍ୟୁରୋ: କଂଗ୍ରେସର ଉତ୍ତରପ୍ରଦେଶ ରଣନୀତି । ୟୁପିରେ ଏସପି-ବିଏସପି ମେଂଟ ପରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ରଣ ନୀତି ଘୋଷଣା କରିଛି କଂଗ୍ରେସ । ରାଜ୍ୟର ସମସ୍ତ ୮୦ ଆସନରେ ଗଠନ କରିବାକୁ ଘୋଷଣା କରିଛି ଦଳ । ଆଜି ୟୁପି ଲକ୍ଷ୍ନୌରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି, କଂଗ୍ରେସ ନିଜ ଆଡୁ ମେଂଟ ଭାଙ୍ଗିନାହିଁ ।

ଗତକାଲି ରାଜ୍ୟରେ ଏସପି-ବିଏସପି ମେଂଟରୁ କଂଗ୍ରେସ ବାଦ ପଡିଥିଲା । ଏହା ପରେ କଂଗ୍ରେସ ପକ୍ଷରୁ ଏହି ବଡ ଘୋଷଣା ହୋଇଛି । ତେବେ ଅଜିତ ସିଂହଙ୍କ ରଷ୍ଟ୍ରୀୟ ଲୋକଦଳ ଓ ଅନ୍ୟ କିଛି ଛୋଟ ଦଳ ସହ କଂଗ୍ରେସ ବୁଝାମଣା କରିପାରେ ବୋଲି ଚର୍ଚ୍ଚା ହେଉଛି । ଗତକାଲି ରାହୁଲ ମଧ୍ୟ କହିଥିଲେ , କଂଗ୍ରେସ ନିଜ ଆଦର୍ଶରେ ନିର୍ବାଚନ ଲଢିବ ଓ ବିଜେପିକୁ ହରାଇବ । ୟୁପିରେ ଅଖିଳେଶ-ମାୟାବତୀ ମେଂଟ ପରେ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି ।