ଗୋଟିଏ ଦିନରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କର ରିଲିଜ ହେବ ଦୁଇଟି ଫିଲ୍ମ ! ସାମ୍ନାକୁ ଆସିଲା ରଜନୀଙ୍କ ଅପକମିଙ୍ଗ ଫିଲ୍ମ ‘କାଲା’ର ପୋଷ୍ଟର
ଅଭିନେତା ତଥା ପ୍ରଯୋଜକ ଧନୁଷ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘କାଲା’ର ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି । ଧନୁଷ ନିଜର ଅଫିସିଆଲ ଇଂଷ୍ଟଗ୍ରାମରେ ଫଟୋଟି ସେୟାର କରିଛନ୍ତି । ତା’ସହ ଏହି ଫିଲ୍ମଟି ଏପ୍ରିଲ ୨୭ ତାରିଖରେ ରିଲିଜ ହେବ ବୋଲି ଘୋଷଣା କରିଛନ୍ତି । ଏହା ପୂର୍ବରୁ ନିର୍ଦ୍ଦେଶକ ଶଙ୍କରଙ୍କ ଫିଲ୍ମ ୨.୦ ମଧ୍ୟ ଏପ୍ରିଲ ୨୭ରେ ରିଲିଜ ହେବ ବୋଲି ଶୁଣାଯାଉଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ମିଳୁଥିବା ସୂଚନା ଅନୁସାରେ, ନିର୍ଦ୍ଦେଶକ ଶଙ୍କରଙ୍କ ଫିଲ୍ମ ‘୨.୦’କୁ ଗତବର୍ଷ ଦିୱାଲିରେ ରିଲିଜ କରିବାବୁ ଚାହୁଁଥିଲେ କିନ୍ତୁ ଫିଲ୍ମର ଗ୍ରାଫିକ୍ସ ଶେଷ ହେଇ ନଥିବାରୁ ନିର୍ମାତା ରିଲିଜ ତାରିଖ ଘୁଂଚାଇ ଦେଇଥିଲେ । ଏହା ପରେ ଫିଲ୍ମ ୨.୦ର ରିଲିଜ ଏପ୍ରିଲ ୨୭କୁ ହେବ ବୋଲି ଶୁଣିବାକୁ ମିଳିଥିଲା । ଇତି ମଧ୍ୟରେ ରଜନୀକାନ୍ତଙ୍କ ଅନ୍ୟ ଏକ ଫିଲ୍ମ ‘କାଲା’ର ରିଲିଜ ଏପ୍ରିଲ ୨୭ ତାରିଖରେ ହେବ ବୋଲି ଧନୁଷ ନିଷ୍ପତି ନେଇଛନ୍ତି । ଯେଉଁଥି ପାଇଁ ଫିଲ୍ମ ୨.୦ର ନିର୍ମାତା ରିଲିଜ ତାରିଖକୁ ଆଗକୁ ଘଂଚାଇବା ସମ୍ଭାବନା ରହିଛି । କିନ୍ତୁ ଫିଲ୍ମ ରିଲିଜ ତାରିଖର ପରିବର୍ତ୍ତନକୁ ନେଇ ନିର୍ମାତାଙ୍କ ପକ୍ଷରୁ କୌଣସି ଘୋଷଣା ହୋଇନାହିଁ ।
ଧନୁଷ ଏହି ଫିଲ୍ମର ପୋଷ୍ଟର ରିଲିଜ କରିବା ବେଳେ କ୍ୟାପସନରେ ‘ ମାର୍କ ଦ ଡେଟ । ୨୭ ଏପ୍ରିଲ କାଲା । ସ ଡନ ଆଫ ଡ୍ୟାନ୍ସ ଇଜ ବ୍ୟାକ’ ବୋଲି ଲେଖିଥିଲେ । ଫିଲ୍ମ ‘କାଲା’ରେ ରଜନୀକାନ୍ତଙ୍କୁ ଭିନ୍ନ ଏକ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମରେ ରଜନୀକାନ୍ତ କଳା ଚଷମା ସହ କଳା ରଙ୍ଗର କୁର୍ତା ପିନ୍ଧି ନଜରକୁ ଆସୁଛନ୍ତି । ଫଟୋରେ ତାଙ୍କ ପାଖରେ ଏକ କୁକୁର ମଧ୍ୟ ଠିଆ ହୋଇଛି । କାଲା ଫିଲ୍ମରେ ରଜନୀଙ୍କର ଏକ ଜବରଦସ୍ତ ଲୁକ ଦେଖିବାକୁ ମିଳିବ । ଫିଲ୍ମ ‘କାଲା’ର ଅଭିନେତା ନାନା ପାଟେକର ବି ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମଟି ଗ୍ୟାଙ୍ଗଷ୍ଟାର କାହାଣୀ ଉପରେ ଆଧାରିତ ।