ଅନର କିଲିଂ ରୋକିବାକୁ SOP : ଏଭଳି ଘଟଣା ଘଟୁଥିବା ପଞ୍ଚାୟତ ଓ ଜିଲ୍ଲାକୁ ଚିହ୍ନଟ କରିବାକୁ ରାଜ୍ୟ ଗୃହ ବିଭାଗର ନିର୍ଦ୍ଦେଶ ।

40

କନକ ବ୍ୟୁରୋ: ଅନରକିଲିଂକୁ ରୋକିବା ପାଇଁ ଏସଓପି ଜାରି । ରାଜ୍ୟ ଗୃହ ବିଭାଗ ଏନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସଓପି) ଜାରି କରିଛନ୍ତି । ଏହି ଏସଓପି ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କ ସହ ଅନ୍ୟବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ଦିଆଯାଇଛି । ଅନରକିଲିଂ ନେଇ ରାଜ୍ୟର କେଉଁ ପଂଚାୟତରେ ଖାପ ପଂଚାୟତ , କଙ୍ଗାରୁ କୋର୍ଟ ବସୁଛି ସେସବୁ ଜିଲ୍ଲା ଗୁଡିକ ଚିହ୍ନଟ କରାଯିବ । ଏହାକୁ ଚିହ୍ନଟ କରିବା ପାଇଁ ଜିଲ୍ଲା ଏସପି ମାନଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ଗୃହ ବିଭାଗ । ଖାପ ପଞ୍ଚାୟତ ତଥା କଙ୍ଗାରୁକୋର୍ଟ ବସୁଥିବା ପଞ୍ଚାୟତର ଭିଡିଓଗ୍ରାଫି ହେବ ।

kangaroo courtରାଜ୍ୟରେ ଅନରକିଲିଂ, କଙ୍ଗାରୁ କୋର୍ଟ ରୋକିବା ସରକାରଙ୍କ ତତ୍ପରତା । ଯେଉଁ ସ୍ଥାନରେ ବା ପଂଚାୟତରେ ଅନରକିଲିଂ ହେଉଛି ସେଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ରହିଛି । ବିଶେଷ କରି ଖାପ ପଞ୍ଚାୟତରେ ପର୍ଯ୍ୟାପ୍ତ ପୋଲିସ୍ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଗୃହ ବିଭାଗ । ତେବେ ୟୁପିରେ ବିଶେଷ କରି ଖାପ ପଂଚାୟତ ତଥା କଙ୍ଗାରୁ କୋର୍ଟ ମାତ୍ରା ବଢ଼ିବାରୁ ଏହାକୁ କିଭଳି ରୋକାଯାଇପାରିବ ସେନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ରାଜ୍ୟ ଗୃହ ବିଭାଗ ଏସଓପି ଜାରି କରିଛନ୍ତି । ବିଶେଷ କରି ଅନ୍ତଃଜାତି ଓ ଅନ୍ତଃଧର୍ମ ବିବାହ ହେଉଥିଲେ ଥାନାଅଧିକାରୀ ସତର୍କ ରହିବାକୁ ଏସଓପିରେ ଜାରି କରାଯାଇଛି । ଏମିତି ବିବାହ ନେଇ କଙ୍ଗାରୁକୋର୍ଟ ହେଲେ ତୁରନ୍ତ ଜଣାଇବେ ଥାନା ଅଧିକାରୀ । ସୂଚନା ପାଇବା ମାତ୍ରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ପୋଲିସ ଫୋର୍ସ ମୂତୟନ କରିବା ପାଇଁ ନିର୍ଦ୍ଦେଶ ରହିଛି ।

kangaroo courtକଙ୍ଗାରୁ କୋର୍ଟର ଭିଡିଓ ସୁଟିଂ କରାଇବେ ସଂପୃକ୍ତ ଥାନାଅଧିକାରୀ । ଯଦି କିଛି ଅସୌଭାବିକ ଘଟଣା ଘଟେ ତୁରନ୍ତ ଏତଲା ଦାୟର କରିବେ ଥାନାଅଧିକାରୀ । ଏତଲା ଦାୟର ସହ ତ୍ୱରିତ ତଦନ୍ତ କରି ନିର୍ଯ୍ୟାସରେ ପହଁଚିବେ । ଏହା ସହ କଙ୍ଗାରୁକୋର୍ଟରେ ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ ଉପସ୍ଥିତ ରହିବେ ବୋଲି ଏସଓପି ରେ ଉଲ୍ଲେଖ କରାଯାଇଛି । କଙ୍ଗାରୁ କୋର୍ଟ ସମୟରେ ଦମ୍ପତି ବା ତାଙ୍କ ପରିବାରକୁ ଯେମିତି କ୍ଷତି ନହେବ ତାହା ଉପରେ ନଜର ରଖିବେ ସଂପୃକ୍ତ ଥାନାଅଧିକାରୀ । ଏହାସହ ତମାମ ଘଟଣାର ରିପୋର୍ଟ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଦେବେ । ଏଭଳି ଘଟଣାରେ ଡ୍ୟୁଟିରେ ଖିଲାପ କଲେ ସଂପୃକ୍ତ ଥାନାଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଓପିରେ ସୂଚନା ଦିଆଯାଇଛି । ଅନର କିଲିଂ ଘଟିଲେ ଏହାର ବିଚାର ଫାଷ୍ଟଟ୍ରାକ କୋର୍ଟରେ କରିବା ୬ ମାସ ମଧ୍ୟରେ ବିଚାର ସାରିବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ଗୃହ ବିଭାଗ ।