ହାତୀ ବେଶରେ ଚତୁର୍ଦ୍ଧା ମୂରତି

49

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ସ୍ନାନବେଦୀରୁ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂରତି । ଧାଡି ପହଣ୍ଡିରେ ଆସି ସ୍ନାନବେଦୀରେ ବସିବା ପରେ ଶ୍ରୀଜିଉଙ୍କୁ ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରାଯାଇଛି । ଏହା ପରେ ମହାପ୍ରଭୁଙ୍କ ହାତୀ ବେଶରେ ସୁଶୋଭିତ ହୋଇଛନ୍ତି । ଏହି ମନୋରମ ଦୃଶ୍ୟକୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଜମିଛି ଲକ୍ଷାଧିକ ଭକ୍ତଙ୍କ ଭିଡ । ଗଜବେଶ ଦର୍ଶନ ପାଇଁ ଏଥର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧିକ ଦୁଇ ଘଂଟା ସମୟ ଦିଆଯାଇଛି । ଦିଅଁଙ୍କୁ ସ୍ପର୍ଶ ବାରଣ କରାଯାଇଥିବା ବେଳେ ବ୍ୟାରିକେଡ୍ ଭିତରକୁ ଯାଇ ମହାପ୍ରଭୁଙ୍କୁ ଅତି ନିକଟରୁ ଦର୍ଶନ କରୁଛନ୍ତି ଭକ୍ତ । ଏହା ସହ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଆଦ୍ୟପର୍ବ ଆରମ୍ଭ ହୋଇଛି । ଏହା ପରେ ମହାପ୍ରଭୁ ଅଣସରରେ ରହିବେ ଏବଂ ପଟି ଦିଅଁ ଭାବେ ଭକ୍ତଙ୍କୁ ଦର୍ଶନ ଦେବେ ।