କନକ ବ୍ୟୁରୋ : ଗୋଟିଏ ପଟେ କ୍ରାଇମବ୍ରାଂଚ ରେଡ୍ ଅନ୍ୟପଟେ ଶାସକ ଦଳର ପ୍ରଭାବଶାଳୀ ନେତା, ମନ୍ତ୍ରୀଙ୍କ ସହ ସେଲଫି । ଏହା ହେଉଛି ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ସହକାରୀ ନିର୍ଦେଶକ ମୋତିଲାଲ ଗୌଡଙ୍କ କଥା । ମୋତିଲାଲ୍ ଖୁବ୍ ପ୍ରଭାବଶାଳୀ । ବିଜେଡିର ଅନେକ ନେତା, ମନ୍ତ୍ରୀ ତାଂକ ପକେଟରେ । ତାଂକ ବିରୋଧରେ ଅଭିଯୋଗ ହେଉଛି, ନିଜ ବ୍ୟକ୍ତିଗତ ଇମେଲରେ ରାଜ୍ୟର ସବୁ ଶିଳ୍ପାନୁଷ୍ଠାନର କର୍ମଚାରୀଙ୍କୁ କିଛି ନିର୍ଦ୍ଦିଷ୍ଟ ଘରୋଇ ହସପିଟାଲରେ ସ୍ୱାସ୍ଥ୍ୟଜନିତ ପରୀକ୍ଷା ପାଇଁ ବାଧ୍ୟ କରୁଥିଲେ । କଥା ଜଣାପଡିବା ପରେ ତାଂକୁ ନିଲମ୍ବିତ କରାଗଲା । ଏବଂ କ୍ରାଇମବ୍ରାଂଚକୁ ତଦନ୍ତ ପାଇଁ ନିର୍ଦେଶ ଦିଆଗଲା । ଆଜି କ୍ରାଇମବ୍ରାଂଚ ମୋତିଲାଲଙ୍କ ବିଭିନ୍ନ ଆଡାରେ ରେଡ୍ ମାରିଛି । ଆଉ ଠିକ୍ ଏହି ସମୟରେ ଆସିଛି ମୋତିଲାଲଙ୍କ ବିଜେଡି ସହ ମଧୁଚନ୍ଦ୍ରିକା ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଇନ ମନ୍ତ୍ରୀ ଅରୁଣ ସାହୁ ଓ ବିଧାୟକ ବ୍ୟୋମକେଶ ରାୟଙ୍କ ସହ ହସଖୁସିରେ ଫଟୋ ଉଠାଇଛନ୍ତି ମୋତିଲାଲ । ଏହି ଫଟୋ ଦେଖିଲେ ଏମାନଙ୍କ ଭିତରର ନିବିଡତାକୁ ସହଜରେ ଅନୁମାନ କରି ହେବ । ସେହିପରି ଯୁବ ବିଧାୟକଙ୍କ ସହ ସେଲଫି ଉଠାଇବାରେ ମଧ୍ୟ ମସଗୁଲ ମୋତିଲାଲ । ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ଅନୁଭବ ପଟ୍ଟନାୟକଙ୍କ ସହ ବିଭିନ୍ନ ପୋଜରେ ସେଲଫି ନେଉଛନ୍ତି । ପ୍ରଶ୍ନ ଉଠୁଛି, ସରକାରୀ କଳକୁ ଅପବ୍ୟବହାର କରି ନିଜ ପକେଟ ଗରମ କରିଥିବା ମୋତିଲାଲଙ୍କ ସହ ଏମାନଙ୍କ ସଂପର୍କ କଣ?
ଓସ୍କାରରରେ ଠକେଇରେ ବିଜେଡି ନେତାଙ୍କ ଭୂମିକା ସନ୍ଦେହ ଘେରକୁ ଆସିବା ପରେ ଏହି ଘଟଣା ପୁଣି ଥରେ ବିଜେଡିର ନେତାମାନଙ୍କୁ କାଠଗଡାକୁ ଟାଣି ଆଣିଛି ।