ଏଣିକି ଅସ୍ତ୍ରଶସ୍ତ୍ର ଲୁଟ୍ କରି ଫାଇଦା ପାଇବେନି ମାଓବାଦୀ : ନକ୍ସଲ ଅପରେସନରେ ସାମିଲ ହେବ ସ୍ମାର୍ଟଗନ୍

32

କନକ ବ୍ୟୁରୋ : ନକ୍ସଲ ଅପରେସନ ପାଇଁ ଯବାନଙ୍କ ହାତରେ ସ୍ମାର୍ଟଗନ୍ । ଏକେ ୪୭ ଓ ହାଇପାୱାର ଆସଲ୍ଟ ରାଇଫଲ ପରେ ଏବେ ନକ୍ସଲ ମୁକାବିଲାରେ ସାମିଲ ହୋଇଛି ଏହି ସ୍ମାର୍ଟଗନ । ଏଥିରେ ରହିବ ବାୟୋମ୍ୟାଟ୍ରିକ୍ ସିଷ୍ଟମ । ଅର୍ଥାତ ଯବାନଙ୍କ ଫିଙ୍ଗରପ୍ରିଂଟ ବିନା କାମ କରିବ ନାହିଁ ଏହି ବନ୍ଧୁକ । ଏଣୁ ମାଓବାଦୀ ମାନେ ଅସ୍ତ୍ରଶସ୍ତ୍ର ଲୁଟ କଲେ ବି ଏହାକୁୁ ବ୍ୟବାହାର କରିପାରିବେ ନାହିଁ ।

ଏବେ ଆସନ୍ତୁ ନଜର ପକାଇବା କଣ ସବୁ ଅତ୍ୟାଧୁନିକ ସୁବିଧା ରହିଛି ଏହି ସ୍ମାର୍ଟଗନରେ –
ଜିପିଏସ୍ – ଏକ ଚିପ୍ ଜରିଆରେ ବନ୍ଧୁକର ସ୍ଥିତି ଜାଣି ହେବ ।
ଲେଜର ଟେକ୍ନୋଲୋଜି- ଟାର୍ଗେଟ୍ ପଏଣ୍ଟକୁ ଲେଜର ଲାଇଟ ଜରିଆରେ ଚିହ୍ନଟ କରିହେବ ।
ୟୁନିକ ଟ୍ରାକର ଆଇ.ଡି.- ନିକଟସ୍ଥ ସ୍ମାର୍ଟଗନର ସ୍ଥିତି ଜାଣିହେବ । ଏହାଦ୍ୱାରା କଭର ଫାୟାରିଂ ସହଜ ହେବ ।
ବାୟୋମେଟ୍ରିକ ଟେକ୍ନୋଲୋଜି – ଏହି ବ୍ୟବସ୍ଥା ରହିବା ଫଳରେ ମାଓବାଦୀମାନେ ଅସ୍ତ୍ରଲୁଟ୍ କଲେ ମଧ୍ୟ ବ୍ୟବହାର କରିପାରିବେ ନାହିଁ ।

କେବଳ ସ୍ମାର୍ଟଗନ୍ ନୁହେଁ ଅତ୍ୟାଧୁନିକ ବୁଲେଟପ୍ରୁଫ ଜ୍ୟାକେଟ୍ ଓ ଜୋତା ମଧ୍ୟ ଯବାନଙ୍କୁ ମିଳିବ । ଏହା ସହ ୟୁନିକ ଟ୍ରାକର ଆଇଡି ଯୁକ୍ତ ଡ୍ରୋନ୍ କ୍ୟାମେରା ବି ମାଓ ଅପରେସନରେ ସାମିଲ ହେବ ।