ସ୍କୁଲ ବସ୍ ଓ କାର ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ୬ ମୃତ, ଶିଶୁ ଗୁରୁତର

3,453

କନକ ବ୍ୟୁରୋ: ଗାଜିଆବାଦରେ ଦିଲ୍ଲୀ ଓ ମେରଠ ଏକ୍ସପ୍ରେସରେ ବଡଧରଣର ଦୁର୍ଘଟଣା ଘଟିଛି । ଏଠାରେ ଏକ୍ସପ୍ରେସରେ ସ୍କୁଲ ବସ୍ ସହ କାର ଧକ୍କା ହେବାରୁ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଧିକ ଜଣେ ୮ ବର୍ଷ ଶିଶୁର ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ସୂଚନା ମୁତାବକ, ଦିଲ୍ଲୀ ମେରଠ ଏକ୍ସପ୍ରେସରେ କ୍ରସିଙ୍ଗ ଥାନା ଅଞ୍ଚଳରେ ଏପରି ଦୁର୍ଘଟଣା ଘଟିଛି । ସ୍କୁଲ ବସଟି ଦ୍ରୁତ ଗତିରେ ଯାଉଥିବାରୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରରୁ ମୃତଦେହ ଗୁଡିକୁ କାଢିବା କଷ୍ଟକର ଥିଲା ।

ସ୍କୁଲ ବସଟି ପିଳାଙ୍କୁ ଛାଡି ଫେରୁଥିଲା ଏବଂ ଦିଗରୁ ଆସୁଥିଲା । କାରରେ ଗୋଟିଏ ପରିବାର ମେରଠରୁ ଦିଲ୍ଲୀ ଫେରୁଥିଲେ । ପରିବାର ସଦସ୍ୟ ଖାଟୁ ଶ୍ୟାମଙ୍କ ଦର୍ଶନ କରିବାକୁ ଯାଉଥିଲେ । କିନ୍ତୁ ଭୁଲ ଦିଗରୁ ଆସୁଥିବା ସ୍କୁଲ ବସ୍ କାରକୁ ମୁହାଁମୁହିଁ ଧକ୍କା ଦେବାରୁ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଛି ।