ଦୀପାବଳି ପୂର୍ବରୁ ବେଆଇନ୍ ବାଣ କାରଖାନା ଉପରେ ଚଢାଉ । ୬ଜଣଙ୍କୁ ଗିରଫ କରିବା ସହ ୬ଲକ୍ଷ ଟଙ୍କାର ବାଣ ଜବତ କଲା ପୋଲିସ

୬ଜଣଙ୍କୁ ପୋଲିସ ଗିରଫ କରିବା ସହିତ ପ୍ରାୟ ୬ ଲକ୍ଷ ଟଙ୍କାର ବାଣ ଓ ଅନ୍ୟ ସାମଗ୍ରୀ ଜବତ କରିଛି।

393

କନକ ବ୍ୟୁରୋ: ଦୀପାବଳି ପୂର୍ବରୁ ବେଆଇନ୍ ବାଣ କାରଖାନା ଉପରେ ଚଢାଉକଲା ପୋଲିସ । କଟକ ପୁରୀଘାଟ ଥାନା ପୁଲିସ ନିମସାହି ଅଞ୍ଚଳରେ ଚାଲିଥିଲା ବେଆଇନ୍ ବାଣ କାରବାର । ଖବର ପାଇ ପୋଲିସ ଚଢାଉ କରିଛି । ବେଆଇନ୍ ବାଣ କାରବାର କରୁଥିବା ୬ଜଣଙ୍କୁ ପୋଲିସ ଗିରଫ କରିବା ସହିତ ପ୍ରାୟ ୬ ଲକ୍ଷ ଟଙ୍କାର ବାଣ ଓ ଅନ୍ୟ ସାମଗ୍ରୀ ଜବତ କରିଛି ।

ସୂଚନା ଅନୁସାରେ, କଟକ ପୁରୀଘାଟ ଥାନା ପୁଲିସ ନିମସାହି ଅଞ୍ଚଳରେ ଅତର୍କୀତ ଭାବେ ଚଢ଼ାଉ କରି ବେଆଇନ ଭାବେ ବାଣ ପ୍ରସ୍ତୁତ କରୁଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ରାତି ପାହିବା ପରେ ଦୀପର ପର୍ବ ‘ଦୀପାବଳି’ ପାଳନ ହେବ । ଏଥି ପାଇଁ ସାରା ବିଶ୍ୱ ଉତ୍ସବ ମୁଖର ହେଉଛି । ଭାରତରୁ ଆରମ୍ଭ ହୋଇଥିବା ଦୀପାବଳି ବିଦେଶରେ ମଧ୍ୟ ପାଳନ ହେଉଛି । ଦୀପାବଳିରେ ବାଣ ଓ ଦୀପର ଚାହିଦା ରହୁଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ଅସାଧୁ ଉପାୟରେ ଟଙ୍କା ରୋଜଗାର କରିବାକୁ ଉଦ୍ୟମ କରୁଛନ୍ତି । ବାଣ ପ୍ରସ୍ତୁତ ଓ ବିକ୍ରି ପାଇଁ ଲାଇସେନ୍ସର ଆବଶ୍ୟକତା ଥିବା ବେଳେ, ଏହା ନ କରି ମଧ୍ୟ କିଛି ଅସାମାଜିକ ବ୍ୟକ୍ତି ଏହି କାରବାର ସହ ସଂପୃକ୍ତ ରହୁଛନ୍ତି ।