ଏମ୍ସରୁ ଆସିଲା ରୋଗୀ ଓ ସମ୍ପର୍କୀୟଙ୍କ ବିକଳ ଚିତ୍ର : ରାତ୍ରିଯାପନ ପାଇଁ ଠିକ୍ ବ୍ୟବସ୍ଥା ନଥିବାରୁ ବାରଣ୍ଡାରେ ରାତି କାଟୁଛନ୍ତି ସମ୍ପର୍କୀୟ

ଟିକେଟ୍ ପାଇଁ ହେଉଛି ରାତି ଉଜାଗର; ଗ୍ରାଉଣ୍ଡଜିରୋରେ ସ୍ଥିତି ପରଖିଲା କନକନ୍ୟୁଜ୍

148

କନକ ବ୍ୟୁରୋ : ଭୁବନେଶ୍ୱରରେ ଅନ୍ୟତମ ପ୍ରମୁଖ ଡାକ୍ତରଖାନା ଏମ୍ସକୁ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ରୋଗୀ ଆସିଥାନ୍ତି । କିନ୍ତୁ ଏଠାକୁ ଆସୁଥିବା ରୋଗୀ ଓ ରୋଗୀଙ୍କ ସମସ୍ୟା ଶୀତରାତିରେ କିଭଳି ରାତି କାଟୁଛନ୍ତି ତାହା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଶୀତ ରାତିରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ କିଭଳି ଅତି ଦୟନୀୟ ଭାବେ ରାତି କାଟୁଛନ୍ତି, ତାର ସ୍ଥିତି ପରଖିଛି କନକ ନ୍ୟୁଜ ଟିମ୍ । ଏମ୍ସରେ ଆହାର କେନ୍ଦ୍ର ଆଗରେ ରାତି କଟାଉଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

କିଏ ୧୨ ଦିନ ହେଲା ଆସିଛି ତ କିଏ ୫ ଦିନ ହେଲା ଏମ୍ସକୁ ଆସିଛନ୍ତି । କିନ୍ତୁ ରାତ୍ରିଯାପନ ପାଇଁ ସଠିକ ବ୍ୟବସ୍ଥା ନଥିବାରୁ ଆହାର କେନ୍ଦ୍ର ବାରଣ୍ଡାରେ ସମ୍ପର୍କୀୟଙ୍କ ରାତି କଟୁଛି । ସେହିଭଳି ଏମ୍ସ ପରିସରର ବିକଳ ଚିତ୍ର ବି ସାମ୍ନାକୁ ଆସିଛି । ଏମ୍ସ ଆଉଟଡୋର ଟିକେଟ ପାଇଁ ରାତି ଉଜାଗର ରହୁଛନ୍ତି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ । ଏମ୍ସ ଫୁଟପାଥରେ ଗୋଟିଏ କମ୍ବଳ ଓ ଚାଦର ସହାୟତାରେ ଏମାନେ ରାତି କାଟୁଛନ୍ତି ।