ଚିଟଫଣ୍ଡ ତଦନ୍ତର ଅଗ୍ରଗତି ନେଇ ସିବିଆଇ ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚିଟଫଣ୍ଡ ତଦନ୍ତ ଅଗ୍ରଗତି ସମୀକ୍ଷା ନେଇ ବସିଛି ସିବିଆଇ ଏସଆଇଟି ମିଟିଂ । ବୈଠକରେ ସିବିଆଇ ଯୁଗ୍ମ ନିର୍ଦେଶକ ଓ ୨ ଅତିରିକ୍ତ ନିର୍ଦେଶକ ଯୋଗ ଦେଇଛନ୍ତି । ଏହା ସହ ପୂର୍ବାଂଚଳ ରାଜ୍ୟର ୧୫ ତଦନ୍ତକାରୀ ଅଧିକାରୀ ବୈଠକରେ ଯୋଗ ଦେଇଛନ୍ତି । ୩ଦିନ ଧରି ଏହି ସମୀକ୍ଷା ବୈଠକ ଚାଲିବ । ୪୪ଟି ଚିଟଫଣ୍ଡ ମାମଲାର ତଦନ୍ତ ଅଗ୍ରଗତି ନେଇ ଆଲୋଚନା କରାଯାଉଛି ବୈଠକରେ ।ବିଶେଷ କରି ଓଡିଶା ଉପରେ ଫୋକସ କରାଯାଉଛି ।