‘ଆହେ ନୀଳ ଶୈଳ’ ଗୀତ ନେଇ ବିବାଦରେ ସୋନା ମହାପାତ୍ର ! ଟ୍ୱିଟରରେ ହେଲେ ଟାର୍ଗେଟ । ନ୍ୟୁଜ୍ସ୍ପେଶାଲ୍ ରିପୋର୍ଟ By Mukesh Sahu On Jun 18, 2018 - 6:17 PM 85 Share ନିଜର ଆଉ ଏକ ଗୀତକୁ ନେଇ ପୁଣି ଅଡୁଆରେ ପଡିଛନ୍ତି ଗାୟିକା ସୋନା ମହାପାତ୍ର । ‘ରଙ୍ଗବତୀ’ ଗୀତ ଗାଇ ବିବାଦରେ ଛନ୍ଦି ହେବା ପରେ ଏବେ ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶୈଳ’ ଗୀତକୁ ନେଇ ଦେଖାଦେଇଛି ବିବାଦ । ‘ ଆହେ ନୀଳ ଶୈଳ’ ଗୀତକୁ ସୋନା ମହାପାତ୍ର କଦର୍ଥ କରିଥିବା ଅଭିଯୋଗ ହୋଇଛି । ସାଲବେଗଙ୍କ ରଚିତ ଏହି ଭଜନ କୋଟି କୋଟି ଓଡିଆଙ୍କ ଭାବାବେଗ ସହିତ ଜଡିତ । ଏପରିକି ସୋନା ଏହି ଗୀତରେ ଅନେକ ଶବ୍ଦକୁ ମଧ୍ୟ ବିକୃତ କରିଥିବା ସାମ୍ନାକୁ ଆସିଛି । ଯେପରିକି ସାଲବେଗକୁ ସାଲେବେଗ, ମତ୍ତକୁ ମାତ୍ର, ଚରଣକୁ ଚରଣେ, ଶ୍ରୀଅଙ୍ଗକୁ ଛିରଙ୍ଗା ଆଦି ଭୁଲ ଉଚ୍ଚାରଣ କରିଛନ୍ତି। ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଇଛି । Kanak News is now on WhatsApp Join and get latest news updates delivered to you via WhatsApp Join Now ଏହି ଗୀତକୁ ନେଇ ସୋନାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ସୋନା ମହାପାତ୍ରଙ୍କର ଏହି ଗୀତକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଏହି ଗୀତକୁ ନେଇ ସୋନାଙ୍କୁ ସମାଲୋଚନା କରିଛନ୍ତି । ଏବଂ ଏହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଇଥିବା ନେଇ ଟ୍ୱିଟ ଯୋଗେ ଉଲ୍ଲେଖ କରାଯାଇଛି । ଜାଣନ୍ତୁ ସୋନାଙ୍କର ଏହି ଗୀତକୁ ନେଇ ବିଭିନ୍ନ ମହଲରେ କେଉଁ ପ୍ରତିକ୍ରିୟା ପ୍ରକାଶ ପାଇଛି । ପିଙ୍କି ପ୍ରଧାନ : ଆପଣଙ୍କ ପ୍ରତିଭା ଏବଂ ସଫଳତା ଯୋଗୁଁ ସମସ୍ତେ ଆପଣଙ୍କୁ ଭଲ ପାଆନ୍ତି । କିନ୍ତୁ ବିଶ୍ୱ ଦରବାରରେ ଆମ ଓଡିଆ ମାନଙ୍କୁ ଲଜ୍ଜିତ କରନ୍ତୁ ନାହିଁ । ମନୋଜ ତ୍ରିପାଠୀ : ଆପଣଙ୍କ ପ୍ରଚେଷ୍ଟା ପାଇଁ ଧନ୍ୟବାଦ । ଉଚ୍ଚାଚଣରେ ଅନେକ ତ୍ରୁଟି ରହିଛି । ଆଶା କରୁଛି କିଛି ଦିନ ପରେ ସୁଧାର ଆସିବ । ହରେକୃଷ୍ଣ ଖଟୁଆ : ସେହି ବ୍ୟକ୍ତି, ସମାନ ଭୁଲ । ରଙ୍ଗବତୀ ଗୀତକୁ ନେଇ ବିବାଦୀୟ ହୋଇଥିଲେ । ଏଥର ଓଡ଼ିଆ ଭାଷା ଓ ଭାବନାରେ ଆଘାତ କରିଛନ୍ତି । ଆଶିଷ ପଣ୍ଡା : ପ୍ରଶଂସନୀୟ ଉଦ୍ୟମ । ଆପଣଙ୍କୁ ନେଇ ଆମେ ଗର୍ବିତ । କିନ୍ତୁ ଅନେକ ଓଡ଼ିଆ ଶବ୍ଦ ଉଚ୍ଚାରଣରେ ତ୍ରୁଟି ରହିଛି । ଆଶା କରିବା ଏଥିରେ ଆପଣ ସୁଧାର ଆଣିବେ । ପୂର୍ବରୁ ମଧ୍ୟ ବହୁଚର୍ଚ୍ଚିତ ସମ୍ବଲପୁରୀ ଗୀତ ‘ରଙ୍ଗବତୀ..’କୁ ଆଧିନିକ ଶୈଳୀରେ ପରିବେଷଣ କରି ସୋନା ବିବାଦ ଘେରକୁ ଆସିଥିଲେ। ‘ରଙ୍ଗବତୀ..’ର ସ୍ୱର ଓ ଭାଷାକୁ ସେ ବିକୃତ ଢ଼ଙ୍ଗରେ ଉପସ୍ଥାପନ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଏଥି ସହ ସେ ‘ରଙ୍ଗବତୀ..’ର ମୂଳ ଗାୟକ ଓ ଲେଖକଙ୍କ ଅନୁମତି ନେଇ ନ ଥିବାର ଅଭିଯୋଗ ମଧ୍ୟ ହୋଇଥିଲା। ସୋନା ଜଣେ ଜଣାଶୁଣା ଗାୟିକା। ସେ ଦେଶବିଦେଶର ଅନେକ କାର୍ୟ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିଛନ୍ତି । ଏଥିସହ ସେ ଅନେକ ବଲିଉଡ୍ ଫିଲ୍ମରେ ମଧ୍ୟ କଣ୍ଠଦାନ କରିଛନ୍ତି। 85 Share FacebookTwitterGoogle+WhatsAppTelegramEmailPrint