ସେଲଫି ବେବୋଙ୍କ ମୃତ୍ୟୁର ଉଠୁନି ପରଦା ! ନାବାଳିକା ବିବାହ ଓ ନିର୍ଯାତନା ଅଭିଯୋଗରେ ସ୍ୱାମୀ ରଂଜୁ ସୁନାଙ୍କୁ ଗିରଫ କଲା ପୋଲିସ ।

333

କନକ ବ୍ୟୁରୋ : ସେଲଫି ବେବୋଙ୍କ ସ୍ୱାମୀ ଗିରଫ । ସମ୍ବଲପୁରୀ ଆଲବମ ଅଭିନେତ୍ରୀ ସେଲଫି ବେବୋ ଓରଫ ସିମରନଙ୍କ ମୃତ୍ୟୁର ରହସ୍ୟ ଭେଦ କରିବାକୁ ଉଦ୍ୟମ କରୁଛି ପୁଲିସ । ଆଉ ଆଜି ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ସିମରନଙ୍କ ସ୍ୱାମୀ ରଞ୍ଜୁ ସୁନାକୁ ଝାରସୁଗୁଡା ପୁଲିସ ଗିରଫ କରିଛି । ଗତକାଲି ବେଳପଡା ପୁଲିସ ରଂଜୁ ସୁନାକୁ ଅଟକ ରଖି ପୁଲିସ ପଚରାଉଚରା କରୁଥିଲା । କିନ୍ତୁ ସିମରନ ମୃତ୍ୟୁ ଘଟଣାରେ ତାଙ୍କ କୌଣସି ଭୂମିକା ନାହିଁ ବୋଲି ଜେରା ବେଳେ ପୁଲିସ ଆଗରେ କହିଥିଲେ ରଂଜୁ ସୁନା ।

ଏହା ପରେ ରଂଜୁଙ୍କୁ ଝାରସୁଗୁଡା ପୋଲିସ ଅଧିକ ତଦନ୍ତ ପାଇଁ ନିଜ ହେପାଜତକୁ ନେଇଥିଲା । ଏହାପରେ ଝାରସୁଗୁଡାରେ ଏସଡିପିଓ ଏବଂ ଥାନା ଆଇଆଇସି ପଚରା ଉଚରା କରିବା ପରେ ରଂଜୁକୁ ଗିରଫ କରାଯାଇଛି । ବାଲ୍ୟ ବିବାହ ଓ ବିବାହ ପରେ ନିର୍ଯାତନା ଅଭିଯୋଗରେ ରଂଜୁ ସୁନାଙ୍କୁ ପୁଲିସ ଗିରଫ କରିଛି । ଦୁଇ ଦିନ ତଳେ ସିମରନଙ୍କ ମୃତଦେହ ସମ୍ବଲପୁର ମହାନଦୀ ବ୍ରିଜ ତଳୁ ଉଦ୍ଧାର ହୋଇଥିଲା ।