ପୁଣି କୋଟିଆରେ ପଶିଲା ଆନ୍ଧ୍ର ! ଲୋକଙ୍କୁ ବାଂଟିଲା ବାର୍ଦ୍ଧକ୍ୟ ଭତା ଓ କମ୍ବଳ, ମାଗଣାରେ ହେଲା ସ୍ୱାସ୍ଥ୍ୟ ପରୀକ୍ଷା ।

76

କନକ ବ୍ୟୁରୋ : କୋଟିଆକୁ ନେଇ ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଦିନକୁ ଦିନ ବଢୁଥିବା ବେଳେ ପୁଣି କୋଟିଆରେ ପଶିଛନ୍ତି ଆନ୍ଧ୍ରର ପ୍ରଶାସନିକ ଅଧିକାରୀ । କୋଟିଆ ଅଧିବାସୀଙ୍କୁ ଆପଣାର କରିବାକୁ ଉଦ୍ୟମ କରୁଛନ୍ତି ଚନ୍ଦ୍ର ବାବୁ ନାଇଡୁ ସରକାର । ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ତଳ ଓ ଉପର ଗଞ୍ଜେଇପଦର ଗାଁର ୭୬ ହିତାଧିକାରିମାନଙ୍କୁ ଭତା ପ୍ରଦାନ କାରିବା ସହ ନୂତନ ରାସନ କାର୍ଡ ମଧ୍ୟ ପ୍ରଦାନ କରିଛନ୍ତି ।

ଏହାସହ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବାଂଟିଛନ୍ତି । ଆସନ୍ତା ୭ ତାରିଖ ଦିନ ଧୂଲିପଦର ଠାରେ ପୁଣି ଆନ୍ଧ୍ର ସରକାର ଜନ୍ମଭୂମି କାର୍ଯ୍ୟକ୍ରମ କରିବା ସୂଚନା ମିଳିଛି । ବିବାଦୀୟ କୋଟିଆରେ କାଳିଆ ଯୋଜନାରେ ହିତାଧିକାରୀମାନେ ଆବେଦନ କରୁଥିବା ବେଳେ ଆନ୍ଧ୍ରର ଅନୁପ୍ରବେଶ ଜିଲ୍ଲା ପ୍ରଶାସନର ନିଦ ହଜେଇ ଦେଇଛି । ଆନ୍ଧ୍ରର ଅନୁପ୍ରବେଶ ଖବର ପାଇ ଘଟଣାସ୍ଥଳକୁ ଯାଇ ଆନ୍ଧ୍ର ଅଧିକାରୀଙ୍କ କାର୍ଯ୍ୟକଳାପର ତଦାରଖ କରିଛନ୍ତି ଉପଜିଲ୍ଲାପାଳ ।