ବର୍ଷାରେ ବୁଡିଲା ସିଲିକନ ସିଟି ବେଙ୍ଗାଲୁରୁ: ଘରଠୁ ଘାଟ ସବୁଠି ପଶିଲା ବର୍ଷାପାଣି, ରାସ୍ତା ପାଲଟିଲା ନଦୀ

182

କନକ ବ୍ୟୁରୋ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରରେ ଦିନିକିଆ ବର୍ଷା ଏତେ ମାତ୍ରାରେ ହୋଇଛି କି କିଛି ଘଂଟା ଭିତରେ ସହରରେ ବନ୍ୟା ଭଳି ସ୍ଥିତି ଉପଜିଛି । ରବିବାର ରାତିରେ ହୋଇଥିବା ପ୍ରବଳ ବର୍ଷା ପରେ ଏଠାକାର ସ୍ଥିତି ସଂଗୀନ ହୋଇପଡିଛି । ଗୋଟେ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବା ପାଇଁ ଲୋକଙ୍କୁ ଟ୍ରାକ୍ଟରରେ ବସି ଯିବାକୁ ପଡୁଛି ।

୧୨ଘଂଟା ଧରି ଲଗାଣବର୍ଷା ପରେ ରାସ୍ତାଘାଟ ସବୁଠି କେବଳ ପାଣି ପାଣି । କେଉଁଠି ଟ୍ରାଫିକ ପୋଷ୍ଟ ବୁଡିଛି ତ ପୁଣି କେଉଁଠି ଅଧାରାସ୍ତାରେ ଅଟକି ରହିଛି କାର, ବସ ଓ ଯାନବାହନ । ଘର ଭିତରେ ପଶିଛି ବର୍ଷା ପାଣି । ମେଟ୍ରୋ ଷ୍ଟେସନରେ ପାଣି ଜମାଟ ବାନ୍ଧିବା ଯୋଗୁଁ ଅସ୍ଥାୟୀ ଭାବେ ଯାତାୟତ ବନ୍ଦ ରଖାଯାଇଛି ସ୍ଥାନୀୟ ପ୍ରଶାସନ ଡ୍ରେନେଜ ବ୍ୟବସ୍ଥାକୁ ସୁଧାରୁ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ଘରର ପାର୍କିଠୁ ନେଇ ଯେଉଁଠି ଦେଖିବେ ସେଠି ମୁଣ୍ଡ ଉଂଚା ବର୍ଷା ପାଣି ଜମାଟ ବାନ୍ଧିଛି । ଆପାଟମେଂଟ ଭିତରେ ବର୍ଷା ପାଣିର ପ୍ରବଳ ସ୍ରୋତ ବୋହୁଥିବା ଦେଖିବକୁ ମିଳିଛି । ଦିନିକିଆ ବର୍ଷା ଯୋଗୁଁ କେବଳ ଘରଦ୍ୱାର ବୁଡିନି, ହାଇପ୍ରୋଫାଇଲ ଟାଉନ ଏରିଆ ମଧ୍ୟ ବୁଡିଛି । ବର୍ଷା ପାଣି ଭିତରେ ବୁଡି ରହିଛି ଅନେକ ରାସ୍ତା, ଯାନବାହନ । ଏଭଳି ସ୍ଥିତିରେ ଟ୍ରାଫିକ ସମସ୍ୟା ଦେଖାଯିବା ସହ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇଛି । ଦିନିକିଆ ବର୍ଷା ବେଙ୍ଗାଲୁରବାସୀଙ୍କୁ ନାହିଁ ନଥିବା ଅସୁବିଧାରେ ପକାଇଛି ।

ମୌସୁମୀ ହେଉ କି ଲଘୁଚାପ ଜନିତ ବର୍ଷା । ଦେଶର କିଛି ସ୍ଥାନରେ ଚାଲିଛି ଲଗାଣବର୍ଷା ବିତ୍ପାତ । ଏଥରୁ ବାଦ ପଡିନି ସିଲିକନ ସିଟି ବେଙ୍ଗାଲୁର । ସେପଟେ କର୍ଣ୍ଣାଟକର କିଛି ଜିଲ୍ଲା ପାଇଁ ଅରେଂଜ ଆର୍ଲଟ ଜାରି କରାଯାଇଛି ।