ବିଏମସି ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ! ମୁମ୍ବାଇରେ ଶିବସେନା ନାଗପୁରରେ ବିଜେପି ଆଗୁଆ

24

କନକ ବ୍ୟୁରୋ : ବିଏମସି ନିର୍ବାଚନରେ କଂଗ୍ରେସରେ ଶୋଚନୀୟ ପରାଜୟ । ମୁମ୍ବାଇରେ ଶିବସେନା ଆଗରେ ରହିଥିବା ବେଳେ ନାଗପୁରରେ ବିଜେପି ଆଗେଇଛି । ମୁମ୍ବାଇରେ ୯୪ଟି ସିଟ୍ରେ ଶିବସେନା ଆଗରେ ରହିଛି । ଏହାପରେ ବିଜେପି ୬୧ଟି ଆସନରେ ଲିଡ୍ କରୁଛି ।

ସେପଟେ ଦଳର ନିରାଶଜନକ ପରାଜୟ ପରେ ଇସ୍ତଫା ଦେଇଛନ୍ତି ମୁମ୍ବାଇ କଂଗ୍ରେସ ସଭାପତି ସଞ୍ଜୟ ନିରୂପମ । ମୁମ୍ବାଇର ୧୦ଟି ମହାନଗର ନିଗମ, ୨୫ଟି ଜିଲ୍ଲା ପରିଷଦ ଆସନ ଓ ୨୮୩ପଂଚାୟତ ସମିତି ଭୋଟ ଗଣତି ଚାଲିଛି । ଶିବସେନା ୯୪, ବିଜେପି ୬୧, କଂଗ୍ରେସ ୨୨, ଏନସିପି ୬ ଓ ଏମଏନ୍ଏସ୍ ୧୦ଟି ଆସନରେ ଆଗୁଆ ଅଛି ।