ବଲିଉଡରେ ପାଦ ଥାପିବେ ଶେହନାଜ୍ । ଏହି ଫିଲ୍ମରେ ସଲମାନ ଖାନଙ୍କ ସହ ଆସିପାରନ୍ତି ନଜର

394

କନକ ବ୍ୟୁରୋ : ଗ୍ଲାମର ଇଣ୍ଡଷ୍ଟ୍ରିର ଅନ୍ୟତମ ସେଲିବ୍ରିଲି ଶେହନାଜ୍ ଗିଲ୍ । ରିଆଲିଟି ଶୋ ବିଗ୍ ବସ ୧୩ ପରେ ସେ ଘରେ ଘରେ ପରିଚିତ ପାଇଛନ୍ତି । ତାଙ୍କୁ ପରଦାରେ ଦେଖିବାକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରୁଛନ୍ତି । ତେବେ ବିଗ୍ ବସର ସଞ୍ଚାଳକ ସଲମାନ୍ ଖାନଙ୍କ ସହ ଏହି ପଞ୍ଜାବୀ ଷ୍ଟାରଙ୍କ ଖାସ୍ ବନ୍ଧୁତ୍ୱ ରହିଛି । ମଞ୍ଚରେ ଉଭୟଙ୍କୁ ଦେଖିବା ପରେ ଗୋଟିଏ ପ୍ରୋଜେକ୍ଟରେ ସେମାନଙ୍କୁ ଏକାଠି ଦେଖିବାକୁ ଦର୍ଶକ ଚାହୁଁଛନ୍ତି । ଦର୍ଶକଙ୍କ ଇଚ୍ଛା ଖବ୍ ଶୀଘ୍ର ପୂରଣ ହୋଇପାରେ । ରିପୋର୍ଟ ଅନୁସାରେ, ‘ଫିଲ୍ମ କଭି ଇଦ୍ କଭି ଦିୱାଲି’ରେ ସଲମାନଙ୍କ ସହ ସ୍କ୍ରିନ୍ ଶେୟାର କରିବେ ଶେହନାଜ୍ ।

ତେବେ ଫିଲ୍ମରେ ଶେହନାଜ୍ ଏଣ୍ଟ୍ରି କରିବା ନେଇ ଅଫିସିଆଲି କୌଣସି ଘୋଷଣା ହୋଇନାହିଁ । କିନ୍ତୁ ଏହି ଖବର ଭାିରାଲ୍ ହେବା ପରେ ଫ୍ୟାନ୍ସଙ୍କ ମନରେ ଉତ୍ସାହ ବଢିଯାଇଛି । ପଞ୍ଜାବୀ ଫିଲ୍ମ ‘ହୋଁସଲା ରଖ’ରେ ଶେଷ ଥର ଦିଲଜିତ୍ ଦୋସାନଝଙ୍କ ଅପୋଜିଟରେ ଶେହନାଜ୍ ସ୍କ୍ରିନ୍ ଶେୟାର କରିଥିଲେ । ତାଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ତେବେ ଯଦି ‘ଫିଲ୍ମ କଭି ଇଦ୍ କଭି ଦିୱାଲି’ରେ ତାଙ୍କୁ କାଷ୍ଟ କରାଯିବା କଥା ସତ ହୋଇଥାଏ, ତେବେ ଏହା ଶେହନାଜଙ୍କର ବଡ ବଲିଉଡ୍ ଏଣ୍ଟ୍ରି ହେବ ।