ବିଧାୟକ ଦେଲେ ମାଟ୍ରିକ୍ ପରୀକ୍ଷା : ରୁଜାଙ୍ଗୀ ଉଚ୍ଚବିଦ୍ୟାଳୟରେ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ୧୯୭୮ରୁ ଛାଡିଥିଲେ ପାଠ

138

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ୍ ଅଙ୍ଗଦ କହଁର । ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଫୁଲବାଣୀ ରୁଜାଙ୍ଗୀ ଉଚ୍ଚବିଦ୍ୟାଳୟରେ ସେ ପରୀକ୍ଷା ଦେଉଛନ୍ତି । ହାତରେ ଆଡମିଟ୍ କାର୍ଡ ଧରି ଅନ୍ୟ ପରୀକ୍ଷାର୍ଥୀଙ୍କ ଭଳି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ ବିଧାୟକ । ଏବଂ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । ଫୁଲବାଣୀ ବିଧାନସଭା ଆସନରୁ ବିଧାୟକ ଅଛନ୍ତି ଅଙ୍ଗଦ କହଁର । ୧୯୭୮ ମସିହାରେ ଫୁଲବାଣୀର ଏଜେଓ ଉଚ୍ଚ ବିଦ୍ୟାଳୟରେ ସେ ପାଠ ପଢୁଥିଲେ ।