କନକ ବ୍ୟୁରୋ : ସିୱେଜ୍ ଜିଏମ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟାକାଣ୍ଡ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କୁ କୁଜଙ୍ଗ ଜେଲ ପଠାଯାଇଛି । ଆଜି କୁଜଙ୍ଗ କୋର୍ଟରେ ୫ ଅଭିଯୁକ୍ତଙ୍କୁ ହାଜର କରାଯାଇଥିଲା । ଜାମିନ ନାମଂଜୁର ପରେ ସେମାନଙ୍କୁ ଜେଲ ପଠାଯାଇଛି । ଅଧିକ ତଥ୍ୟ ପାଇଁ ଏମାନଙ୍କୁ ରିମାଣ୍ଡରେ ଆଣିପାରେ ପୁଲିସ । ୫ ଜଣ ଅଭିଯୁକ୍ତଙ୍କ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସ ହାତରେ ଲାଗିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ହତ୍ୟାକାଣ୍ଡ ପାଇଁ ଅଭିଯୁକ୍ତଙ୍କୁ ସୁପାରୀ ଆକାରରେ ଓଏସଏଲ ପକ୍ଷରୁ ଆଗୁଆ ୧୨ ଲକ୍ଷ ଟଙ୍କା ଦିଆଯାଇଥିବା ପୁଲିସକୁ କହିଛି ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେ । ଜାମସେଦପୁରର ରାକେଶ ଚୌବେ ୪ ଜଣ ସହଯୋଗୀଙ୍କୁ ନେଇ ଏହି ହତ୍ୟାକାଣ୍ଡ ଭିଆଇଥିଲା । ଷ୍ଟିଭେଡରିଂ ବିବାଦକୁ ନେଇ ସିୱେଜ୍ ମ୍ୟାନେଜରଙ୍କୁ ହତ୍ୟା କରିବା ପାଇଁ ୨୦୧୫ ରୁ ବ୍ଲୁପ୍ରିଂଟ ପ୍ରସ୍ତୁତ କରାଯାଇଥିଲା ବୋଲି ଜେରା ବେଳେ କହିଛି ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେ ।