ଗୁଟକା ସେବନରେ ଓଡ଼ିଶା ଭାରତରେ ଦ୍ବିତୀୟ: ତମାଖୁଜନିତ ମୁଖ ଗହ୍ବର କର୍କଟରେ ବି ଆଗୁଆ

148

କନକ ବ୍ୟୁରୋ: ଗତକାଲି ପାଳନ ହୋଇଯାଇଛି ବିଶ୍ୱ ତମାଖୁ ବର୍ଜନ ଦିବସ । ସାରା ବିଶ୍ୱରେ ବିଭିନ୍ନ ଦେଶରେ ତମାଖୁ ବର୍ଜନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ହେଲେ ତମାଖୁ ସେବନ ସମ୍ପର୍କିତ ଏମିତି କିଛି ତଥ୍ୟ ଆସୁଛି ଯାହା ସମସ୍ତଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି ।

ସମଗ୍ର ବିଶ୍ୱରେ ବର୍ଷକୁ ୭୦ ଲକ୍ଷ ଲୋକ ତମାଖୁ ସେବନ ଜନିତ କାରଣରୁ ପ୍ରାଣ ୮ହରାଉଛନ୍ତି । କେବଳ ଭାରତରେ ଏହି ସଂଖ୍ୟା ୧୩ଲକ୍ଷ । ସବୁଠୁ ଉଦବେଗଜନକ କଥା ହେଲା, ମୁଖ ଗହ୍ୱର କର୍କଟ ବା ଓରାଲ କ୍ୟାନସରରେ ଭାରତ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି । ରାଜ୍ୟରେ ବର୍ଷକୁ ଏକ ଲକ୍ଷ ୨୦ ହଜାର ଲୋକ ତମାଖୁ ସେବନ କାରଣରୁ ମୃତ୍ୟୁମୁଖରେ ପଡୁଛନ୍ତି ।

ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେ ମୁତାବକ, ସମଗ୍ର ଦେଶରେ ମୁଖ ଗହ୍ୱର କର୍କଟ ରୋଗୀଙ୍କ ମଧ୍ୟରେ ଓଡିଶା ହାର ଜାତୀୟ ହାର ସହିତ ପ୍ରାୟ ସମାନ । ଗୁଟଖା ବ୍ୟବହାରରେ ଓଡିଶା ଭାରତରେ ଦ୍ୱିତୀୟ ସ୍ଥାନରେ ରହିଛି । ଓଡିଶାରେ ୪୫. ୬ ପ୍ରତିଶତ ଲୋକ ତମାଖୁ ସେବନ କରୁଛନ୍ତି ।