ରାଜଧାନୀରେ ଲୁଟପାଟ୍ : ଲକ୍ଷ୍ମୀସାଗର ଥାନା ସନ୍ତୋଷୀ ବିହାରରେ ଦୁଇଟି ଘରୁ ଚୋରି; ସିସିଟିଭିରେ କଏଦ ଚୋରିର ଚିତ୍ର

292

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଲୁଟପାଟ୍ । ଲକ୍ଷ୍ମୀସାଗର ଥାନା ସନ୍ତୋଷୀ ବିହାରରେ ଦୁଇଟି ଘରୁ ହୋଇଛି ଚୋରି । ଘରେ କେହି ନଥିବା ବେଳେ ବିଳମ୍ବିତ ରାତିରେ ମିହିର ସାମଲଙ୍କ ଘରୁ ଏହି ଚୋରି ହୋଇଛି । ଦୁର୍ବୃତ୍ତ ଝରକା ଭାଙ୍ଗି ମିହିରଙ୍କ ଘରେ ପଶିଥିଲେ । ଘରୁ ପ୍ରାୟ ୨୫୦ ଗ୍ରାମର ସୁନାଗହଣା ଓ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । କେବଳ ମିହିର ନୁହଁନ୍ତି, ତାଙ୍କ ପଡ଼ୋଶୀଙ୍କ ଘରୁ ମଧ୍ୟ ଲୁଟ୍ ହୋଇଛି । ଲୁଟର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛି ।