ନିଶାସକ୍ତ ଚାଳକଙ୍କ ଉନ୍ମତ୍ତ କାଣ୍ଡ । କଟକ ସିଡିଏରୁ କଲ୍ୟାଣୀ ନଗର ପର୍ଯ୍ୟନ୍ତ କଲେ ସିରିଜ ଦୁର୍ଘଟଣା ।

641

କନକ ବ୍ୟୁରୋ : ନିଶାଶକ୍ତ ଚାଳକଙ୍କ ଉନ୍ମତ୍ତ କାଣ୍ଡ । ନିଶାରେ ଗାଡି ଚଳାଇବା ସହ କରିଲେ ସିରିଜ୍ ଦୁର୍ଘଟଣା । କଟକରୁ ଆସିଛି ଏଭଳି ଅଭାବନୀୟ ଘଟଣା । କଟକ ସିଡିଏଠୁ କଲ୍ୟାଣୀ ନଗର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଇବା ପରେ ଚାଳକଙ୍କୁ ଧରିଥିଲେ ସ୍ଥାନୀୟ ଲୋକେ । ଯାହାକୁ ନେଇ ଘଟଣାସ୍ଥଳରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ୟକ୍ତ ଲୋକେ କାର କାଚକୁ ଭାଙ୍ଗିଦେଇଥିଲେ । ପରେ ଘଟଣା ସ୍ଥଳରେ ପୁଲିସ ପହଂଚି କାରକୁ ଜବତ କରିବା ସହ ଉକ୍ତ ଚାଳକଙ୍କୁ ଥାନାକୁ ନେଇ ଅଟକ ରଖିଛି ।

ଦୁର୍ଘଟଣାକୁ ନେଇ ପରିସ୍ଥିତି ଏପରି ହୋଇଥିଲା ଯେ, ଘଟଣାସ୍ଥଳରେ ତିନି ପ୍ଲାର୍ଟୁନ ଫୋର୍ସ ମୁତୟନ କରାଯାଇଥିଲା । ତିନିଟି ଥାନାର ଥାନା ଅଧିକାରୀ ସେଠାରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ଦୁର୍ଘଟଣାର ଶୀକାର ହୋଇଥିବା କିଛି ବ୍ୟକ୍ତି ଏନେଇ ମଧୁପାଟଣା ଥାନାରେ ଅଭିଯୋଗ କରିଛନ୍ତି ।