ବେଳାଭୂମୀରେ ବାଲିର ଦୁର୍ଗ ! ଗିନିଜ ବୁକରେ ସାମିଲ ହେଲା ଝୁରାବାଲିର ସୈାଦାଗର ସୁଦର୍ଶନଙ୍କ ବାଲୁକା କଳା

56

କନକ ବ୍ୟୁରୋ : ବାଲି ଦୁର୍ଗରେ ଝଲସିଲା ବେଳାଭୂମୀ । ଝୁରାବାଲିର ସୈାଦାଗର ଦେଖାଇଲେ ହାତର ଯାଦୁ । ଗିନିଜ ବୁକରେ ସାମିଲ ହେଲା ୪୮ ଫୁଟର ଦୁର୍ଗ । ଆନ୍ତର୍ଜାତିକ ବାଲୁକ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ କରିଛନ୍ତି ବିଶାଳ ଦୁର୍ଗ । ଲଗାତର ୫ ଦିନ ଧରି ପରିଶ୍ରମ ପରେ ତିଆରି ହୋଇଛି ୪୮ ଫୁଟର ବାଲିର ଦୁର୍ଗ । ଏଥିଯୋଗୁଁ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ସୁଦର୍ଶନ ।