ସାଇପ୍ରସାଦ ଗ୍ରୁପ ଅଫ୍ କଂପାନୀରେ ଠକେଇ ଅଭିଯୋଗ : ଓଡିଶାରୁ ୧୦୦ କୋଟି ଟଙ୍କା ହୋଇଛି ଠକେଇ

51

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ସାଇପ୍ରସାଦ ଗ୍ରୁପ ଅଫ୍ କଂପାନୀରେ ଠକେଇ ଅଭିଯୋଗ । କ୍ରାଇମବ୍ରାଂଚ୍ ଇଓଡବ୍ଲୁରେ ଶହେ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଲେ ଜମାକରୀ । ଦେଶର ବିଭିନ୍ନ ରାଜ୍ୟରେ ଶାଖା ଥିବା ବେଳେ ଓଡିଶାରୁ ଶହେ କୋଟି ଠକେଇ ହୋଇଥିବା ଜମାକାରୀ ଅଭିଯୋଗ କରିଛନ୍ତି ।ଦେଶର ୨୨ଟି ରାଜ୍ୟରେ ଶାଖା ଜରିଆରେ ୨୫ ଶହ କୋଟି ଠକେଇ ହୋଇଥିବା ସୂଚନା ମିଳିଛି ।ଏନେଇ ପୂର୍ବରୁ ମହାରାଷ୍ଟ୍ର ପୁନେ ଇଓଡବ୍ଲୁରେ ଅଭିଯୋଗ ହୋଇଥିଲା । ଚିଟଫଣ୍ଡ କାରବାର ନେଇ କଂପାନୀର ମୁଖ୍ୟ ବାଲାସାହେବ ଭାବକରଙ୍କ ସହ ମୋଟ୍ ୬ ଜଣ ଗିରଫ ହୋଇଥିଲେ ।