ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଲେ ସଚିନ୍ । ଦେଶବାସୀଙ୍କୁ ଦେଲେ ସ୍ୱାଧୀନତାର ବାର୍ତ୍ତା ।

264

କନକ ବ୍ୟୁରୋ : ଭାରତ ଗୁରୁବାର ୭୩ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଦେଶର ନାଗରିକମାନେ ଜଣେ ଅନ୍ୟକୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି । ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜରେ ଦିନିକିଆ ଶୃଙ୍ଖଳା ଜିତି ଦେଶବାସୀଙ୍କୁ ଉପହାର ଦେଇଛି । ତିନି ମ୍ୟାଚ୍‌ର ଶୃଙ୍ଖଳାରେ ଟିମ ଇଣ୍ଡିଆ ୨-୦ରେ ବିଜୟ ହାସଲ କରିଛି । ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁଁ ଧୋଇଯାଇଥିଲା । ଟିମ୍‌ ଇଣ୍ଡିଆ ଶେଷ ଦିନିକିଆକୁ ଏକତରଫା ବିଜୟ ହାସଲ କରିଛି । ଟିମ୍‌ ଇଣ୍ଡିଆର ବିଜୟରେ ଖୁସି ହୋଇ ପୂର୍ବତନ କ୍ରିକେଟରମାନେ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି । ଏହି କ୍ରମରେ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ନିଜର ପ୍ରଶଂସକଙ୍କୁ ସ୍ୱତନ୍ତ୍ର ବାର୍ତ୍ତା ପଠାଇଛନ୍ତି ।

ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି କହିଛନ୍ତି, ଆଜି ଆମେ ସ୍ୱାଧୀନତାର ୭୨ ବର୍ଷ ପୂରଣ କରିଛେ। ଆମେ ଏହି ଦେଶରେ ବସବାସ କରୁଛୁ, ଯେଉଁଠାରେ ବହୁ ଧର୍ମ ଓ ବହୁ ଭାଷାଭାଷୀର ଲୋକେ ରୁହନ୍ତି। ଆମେ ଏକତା ସୂତରେ ବାନ୍ଧି ରହିବା। ଆଗାମୀ ପୀଢ଼ି ପାଇଁ କାମ କରିବା ବୋଲି ସଚିନ ବାର୍ତ୍ତା ଦେଇଛନ୍ତି। ଶିଶୁ ଯେତେବେଳେ ୨ ବର୍ଷର ହୋଇ ଯାଇଥାଏ, ତା’ର ୮୦ ପ୍ରତିଶତ ମାସସିକତା ବିକଶିତ ହୋଇଯାଇଥାଏ।