ରାଜସ୍ଥାନ: ଦିଲ୍ଲୀ ଗସ୍ତରେ ସଚିନ ପାଇଲଟ। ଜୟପୁରରେ ଗେହଲଟ ଗୋଷ୍ଠୀ ନେତାଙ୍କ ସହ କଲେ ଆଲୋଚନା। 

85

କନକ ବ୍ୟୁରୋ: ରାଜସ୍ଥାନରେ ରାଜନୈତିକ ସଙ୍କଟ ଭିତରେ ସଚିନ ପାଇଲଟ ଜୟପୁରରୁ ଦିଲ୍ଲୀ ଅଭିମୁଖେ ଆସିଛନ୍ତି । ସୂଚନା ଅନୁସାରେ ଦଶହରା ପରେ ସେ ଜୟପୁର ଫେରିବେ । ଦିଲ୍ଲୀ ଗସ୍ତ ପୂର୍ବରୁ ସେ ଜୟପୁରରେ ପ୍ରତାପ ସିଂହ ଖଚାରିୟାବାସ ଏବଂ ରାଜେନ୍ଦ୍ର ଗୁଣ୍ଡାଙ୍କ ସମେତ ଅନେକ ନେତାଙ୍କୁ ସାକ୍ଷାତ କରିଛନ୍ତି ।

ପ୍ରତାପ ସିଂହ ଖଚାରିୟାବାସ ଅଶୋକ ଗେହଲଟ ଗୋଷ୍ଠୀର । ଆଉ ଏହିଭଳି ସମୟରେ ପାଇଲଟ ଏବଂ ଖଚାରିୟାବାସଙ୍କ ଭେଟଘାଟ ଅନେକ ମହତ୍ତ୍ୱପୂର୍ଣ୍ଣ । ସେପଟେ ରାଜସ୍ଥାନ ସରକାରରେ ମନ୍ତ୍ରୀ ଥିବା ରାଜେନ୍ଦ୍ର ଗୁଣ୍ଡା ସଚିନ ପାଇଲଟ ଗୋଷ୍ଠୀର । ପୂର୍ବରୁସେ ଅଶୋକ ଗେହଲଟଙ୍କ ନାଁ ନନେଇ ତାଙ୍କ ସମର୍ଥକଙ୍କ ଉପରେ ପ୍ରବଳ ବର୍ଷିଥିଲେ । ସେ ଅଭିଯୋଗ କରିଥିଲେ ଯେ ସଚିନ ପାଇଲଟଙ୍କୁ ସମସ୍ତେ ମହାଭାରତର ଅଭିମନ୍ୟୁ ଭଳି ଛଳରେ ଘେରି ରଖିଛନ୍ତି ।