ଚୌଦ୍ୱାର ଜେଲରେ ରହିବେ ମାଓନେତା ସବ୍ୟସାଚୀ : ବ୍ରହ୍ମପୁର ଜେଲରୁ କଟକ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯିବ

41

କନକ ବ୍ୟୁରୋ : ଚୌଦ୍ୱାର ଜେଲରେ ରହିବେ ଟପ୍ ମାଓନେତା ସବ୍ୟସାଚୀ ପଣ୍ଡା । ବ୍ରହ୍ମପୁର ଜେଲରୁ ତାଙ୍କୁ କଟକ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯିବ । ଏନେଇ ଚୌଦ୍ୱାର ଜେଲ ଅଧିକ୍ଷକ ସୂଚନା ଦେଇଛନ୍ତି । ମାଓନେତା ସବ୍ୟସାଚୀ ଅସୁସ୍ଥ ଅଛନ୍ତି ।

ବ୍ରହ୍ମପୁର ଏମକେସିଜିରେ ଚିକିତ୍ସା କରାଯାଉଥିଲେ ସୁଦ୍ଧା ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉ ନାହିଁ । ତେଣୁ ତାଙ୍କର ପରର୍ବତି ଚିକିତ୍ସା କଟକ ବଡ ମେଡିକାଲରେ କରାଯିବ । ତେବେ ଚିକିତ୍ସା ଚାଲିବା ଯାଏଁ ସେ ଚୌଦ୍ୱର ସର୍କଲ ଜେଲରେ ରହିବେ ବୋଲି କହିଛନ୍ତି ଜେଲ ଅଧିକ୍ଷକ ।

ଦେଖନ୍ତୁ ଏହି ଭିଡିଓ –