୪୫ଲକ୍ଷ ଟଙ୍କାର ବିବାଦୀୟ ଅଧ୍ୟାୟରେ ବିତର୍କିତ ନାୟକ ସବ୍ୟସାଚୀ : ଦିନକ ଭିତରେ ଦେଲେ ତିନିଟି ବୟାନ

18

କନକ ବ୍ୟୁରୋ : ସବ୍ୟସାଚୀ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ବିଜେଡି ଏକାଉଂଟରୁ ୪୫ ଲକ୍ଷ ଟଙ୍କା ଟ୍ରାନ୍ସଫର ପ୍ରସଙ୍ଗ ଆହୁରି ରହସ୍ୟ ଭିତରକୁ ଠେଲି ହୋଇଯାଇଛି । ପୁରା ଘଟଣାକୁ ଆହୁରି ସନ୍ଦେହଘେରକୁ ଆଣିଛି ସବ୍ୟସାଚୀ ପଣ୍ଡାଙ୍କ ଭିନ୍ନ ଭିନ୍ନ ବୟାନ । କେତେବେଳେ ସବ୍ୟସାଚୀ କହୁଛନ୍ତି, ବିଜେଡି ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ଆଉ କେତେବେଳ କହୁଛନ୍ତି, ସେ ନବୀନ ପଟ୍ଟନାୟକଙ୍କୁ ବହୁତ ଭଲ ପାଆନ୍ତି ସେଥିପାଇଁ ବିଜେଡି ଏକାଉଂଟକୁ ଲକ୍ଷେ ଟଙ୍କା ପଠାଇଥିଲେ । ସେପଟେ ପ୍ରକୃତରେ କଣ ଘଟିଛି ସେ ବିଷୟରେ ବୟାନ ରଖିବାକୁ ବିଜେଡି ନେତା ବି ନାରାଜ ।

ଏହା ସହ ମାଓନେତାଙ୍କ ପାଖକୁ ଯାଇନି ବିଜେଡି ଟଙ୍କା : ଏବେବି ରହସ୍ୟରେ ୪୫ ଲକ୍ଷ ଟଙ୍କା