ଋଷର ବିଫଳତା : ଚିନ୍ତାରେ ପଡିଛି ଭାରତ

197

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧ ଯେତେବେଳେ ଆରମ୍ଭ ହୋଇଥିଲା । ସେତେବେଳେ ଋଷ ଦାବି କରିଥିଲା ୟୁକ୍ରେନକୁ ସପ୍ତାହ ମଧ୍ୟରେ ହରାଇଦେବ କିନ୍ତୁ ଯୁଦ୍ଧକୁ ପ୍ରାୟ ୯ମାସ ବିତିଗଲାଣି କିନ୍ତୁ ୟୁକ୍ରେନକୁ ପରାସ୍ତ କରିପାରିନି ଋଷ । ଏହି ଯୁଦ୍ଧରେ ୟୁକ୍ରେନ୍ ଅନେକ କିଛି ହରାଇଥିବା ବେଳେ ଋଷ ମଧ୍ୟ ବହୁତ କିଛି ହରାଇଛି । ଏହି ଯୁଦ୍ଧରେ ଋଷ ଦରକାରଠାରୁ ଅଧିକ କିଛି ହରେଇସାରିଛି । ପ୍ରାୟ ୫୦ ହଜାରରୁ ଅଧିକ ସୈନ୍ୟକୁ ହରାଇସାରିଛି ଋଷ । ଶହ ଶହ ତୋପ, ମିଜାଇଲ୍, ଟ୍ୟାଙ୍କର ଶତ୍ରୁ ଆଗରେ ଅସଫଳ ହୋଇଯାଇଛି । ଏହି ୯ମାସ ମଧ୍ୟରେ ଋଷର ଶହ ଶହ ତୋପ, ମିଜାଇଲ୍, ରକେଟ୍ ଏବଂ ତୋପ ନଷ୍ଟ ହୋଇଯାଇଛି । ଋଷର ଯେଉଁ ରେଜିମେଣ୍ଟକୁ ତୋପ କାରଖାନା ବା ଯୁଦ୍ଧର ଦେବତା କୁହାଯାଉଥିଲା । ସେହି ଯୁଦ୍ଧ ଦେବତାକୁ ନାକେଦମ୍ କରିସାରିଲାଣି ୟୁକ୍ରେନ୍ । ଆଉ ଋଷର ଏହି ବିଫଳତା ପାଇଁ ଚିନ୍ତାରେ ପଡିଯାଇଛି ଭାରତ ।
ଏହି ରେଜିମେଣ୍ଟ ମାଧ୍ୟମରେ ୧୯୪୩ରେ ହିଟଲ ସେନାକୁ ପରାସ୍ତ କରିଥିଲା ସୋଭିଏତ୍ ସଂଘ । ସେହି ଦିନଠୁ ଏହି ରେଜିମେଣ୍ଟକୁ ତୋପ କାରଖାନା ବା ଯୁଦ୍ଧର ଦେବତା ଭାବେ ପରିଚୟ ଦେଇଥିଲେ ସୋଭିଏତ୍ ସଂଘର ପୂର୍ବତ୍ତନ ତାନାଶାହା ଜୋସେଫ୍ ଷ୍ଟାଲିନ୍ । ତେଣୁ ଅତିତର ସଫଳତାକୁ ଦେଖି ଋଷ ରାଷ୍ଟ୍ରପତି ପୁଟିନ୍ ୟୁକ୍ରେନ୍ ଯୁଦ୍ଧରେ ତୋପ ଖାନା ବା ଯୁଦ୍ଧର ଦେବତାଙ୍କୁ ଯୁଦ୍ଧ ମୈଦାନକୁ ଓହ୍ଲାଇଦେଇଥିଲେ । କିନ୍ତୁ ଏଥିରେ ପୁଟିନଙ୍କୁ କେବଳ ହାର ହିଁ ମିଳିଛି । ଆଉ ଏହାକୁ ନେଇ ଭାରତ ଏଥିପାଇଁ ଚିନ୍ତାରେ ପଡିଛି କି, ଭାରତ ପାଖରେ ଋଷଠାରୁ କିଣିଥିବା ଅନେକ ହତିଆର୍ ରହିଛି । ଏଥିରେ ତୋପ ଏବଂ ରକେଟ୍ ସାମିଲ ରହିଛି । ଏଭଳି ପରିସ୍ଥିତିରେ ଋଷର ମିଜାଇଲ୍, ତୋର କାମ ନକରିବା ଭାରତ ପାଇଁ ଚିନ୍ତାର ବିସୟ ପାଲଟିଯାଇଛି । ଋଷଠୁ କିଣାଯାଇଥିବା ମିଜାଇଲ୍ ଏବଂ ତୋପର ସାର୍ଥକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଯାଇଛି । ଆଉ ଭାରତ ପାଇଁ ଚିନ୍ତାର ବିସୟ ପାଲଟିଯାଇଛି