କମେଣ୍ଟ ମରାକୁ ନେଇ ଯୁବକଙ୍କୁ ଆଣ୍ଠେଇଲେ ଛାତ୍ର: ଜଣେ ଛାତ୍ରଙ୍କୁ ଅନ୍ୟ ଛାତ୍ରମାନେ ଆଣ୍ଠେଇକି ମାଡ ମାରୁଥିବା ଭିଡିଓ ଭାଇରାଲ 

130

କନକ ବ୍ୟୁରୋ: ଛାତ୍ରୀଙ୍କୁ କମେଣ୍ଟ ମାରି ଆଣ୍ଠେଇଲେ ଯୁବକ । ସମ୍ପୃକ୍ତ ଛାତ୍ର ଜଣଙ୍କୁ ଅନ୍ୟ ଛାତ୍ର ମାନେ ଧରି ମାଡ଼ ମାରିବା ସହ ଆଣ୍ଠେଇ ଦେବାର ଭିଡିଓ ଭାଇରାଲ ହେଉଛି । ଭୁବନେଶ୍ୱରର ଏକ କଲେଜରେ ଏହି ଘଟଣା ଘଟିଥିବା ବୋଲି ଅଭିଯୋଗ ହୋଇଛି । ଭିଡିଓରେ ଜଣେ ଯୁବକ ଆଣ୍ଠେଇଛନ୍ତି ଅନ୍ୟ ଜଣେ ତାଙ୍କ ମୁଣ୍ଡକୁ ଧରିଛନ୍ତି । ଆଉ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବା ଜଣାପଡିଛି । ତେବେ କିଏ ଏହି ଯୁବକ ତାଙ୍କୁ ଏପରି କରିବାର ଅଧିକାର ଦେଲା କିଏ? ଏହି ପିଲା ଜଣଙ୍କ କଲେଜ ପିଲା ନା ବାହାର ପିଲା? ପାଖରେ ଉପସ୍ଥିତ ଥାଇ ଦେଖାଣାହାରୀ ସାଜିଥିବା ପିଲାମାନେ କିଏ? ଯଦି ପିଲାଟି କମେଂଟ ମାରିଛି ନିଶ୍ଚିତ ଭାବେ ଘୃଣ୍ୟ କାମ । ଏ ନେଇ କଲେଜ କତୃପକ୍ଷଙ୍କୁ ଅବଗତ କରାଇଥାଇ ପାରନ୍ତେ । ହେଲେ ନିଜେ ଏଭଳି ଆଣ୍ଠେଇ ଦଣ୍ଡ ଦେବାର ଉଦ୍ଦେଶ୍ୟ କ’ଣ? ଅଭିଯୋଗ ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଂଚିଥିଲା । ହେଲେ ସେଠାରେ କେହି ନଥିଲେ ।