ଆଇସିସିର କ୍ଷମତାକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଲା ଋଷିଆ। ଅଭିଯୋଗକୁ ଭିତ୍ତିହୀନ କହିଛି ଋଷିଆ ବିଦେଶ ମନ୍ତ୍ରାଳୟ

92

କନକ ବ୍ୟୁରୋ: ଆଇସିସିର କ୍ଷମତାକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛି ଋଷିଅ । ୠଷ ଆଇସିସିିର ଅଭିଯୋଗକୁ ଖଣ୍ଡନ କରିଛି । ଯୁଦ୍ଧ ଅପରାଧର ଅଭିଯୋଗକୁ ଭିତ୍ତିହୀନ କହିଛି ଋଷିଆ ବିଦେଶ ମନ୍ତ୍ରାଳୟ । ଏହାସହ ଆଇସିସିର ନିଷ୍ପତିକୁ ବେଖାତିର ମଧ୍ୟ କରିଛି । ଆଇସିସିର ସଦସ୍ୟ ୠଷ ନୁହେଁ, ତେଣୁ କୋର୍ଟଙ୍କ ଆଦେଶ ଗ୍ରହଣୀୟ ନୁହେଁ ବୋଲି କ୍ରେମଲିନ କହିିଛି । ଋଷ ସୁରକ୍ଷା ପରିଷଦର ଡେପୁଟି ଚେୟାରମ୍ୟାନ ଦିମିତ୍ରୀ ମେଡଭେଡେଭ ଆଇସିସିର ଗିରଫ ୱାରେଣ୍ଟକୁ ଟଏଲେଟ ପେପର ସହ ତୁଳନା କରିଛନ୍ତି ।