ରିଲିଜ ପୂର୍ବରୁ ଲିକ୍ ହେଲା ବହୁପ୍ରତିକ୍ଷୀତ ସିନେମା ‘ବାହୁବଲୀ ୨’ !

48

ବହୁପ୍ରତିକ୍ଷୀତ ସିନେମା ‘ବାହୁବଲୀ ୨’ ରିଲିଜ ପୂର୍ବରୁ ୟୁଟ୍ୟୁବରେ ହୋଇଛି ଲିକ୍ । ଏହି ସିନେମା ଆସନ୍ତା ୨୮ ତାରିଖରେ ରିଲିଜ ହେବାକୁ ଯାଉଛି, ଯାହାକୁ ଦର୍ଶକ ବହୁ ଆଗ୍ରହ ସହକାରେ ଅପେକ୍ଷା କରିଛନ୍ତି । ଏବେ ଏହି ଖବର ପରେ ସିନେମାର ବ୍ୟବସାୟ ଉପରେ ନିଶ୍ଚୟ ପ୍ରଭାବ ପଡିବ । ରିଲିଜ ପୂର୍ବରୁ କଟ୍ଟପାର ରହସ୍ୟ କାହାକୁ ଯେମିତି କାହାକୁ ଜଣାପଡି ନଯାଏ, ଏଥିପାଇଁ ନିର୍ଦ୍ଦେଶକ ଏସ ଏସ ରାଜମୌଲୀ ସିନେମାର ୪ ଟି କ୍ଲାଇମାକ୍ସ ଦୃଶ୍ୟ ସୁଟ କରିଛନ୍ତି ।

ଏହି ସିନେମା ରିଲିଜ ପୂର୍ବରୁ ହିଁ ଅନେମ ରେକର୍ଡ ଭାଙ୍ଗି ସାରିଛିି । ନିକଟରେ ଏହି ସିନେମାର ପୋଷ୍ଟର ଲଞ୍ଚ କରାଯାଇଛି । ଏହି ସିନେମା ଲିକ ନହେବା ପାଇଁ ସବୁ ଉପାୟ ଆପଣାଇଛନ୍ତି ନିର୍ଦ୍ଦେଶକ ଏସ ଏସ ରାଜମୌଲୀ । କିନ୍ତୁ ହ୍ୟାକର୍ସଙ୍କ ଠାରୁ ବଞ୍ଚିପାରିନି ସିନେମା । ସିମୋର ପୁରା କପି ଅନଲାଇନ ଲିକ ହୋଇଯାଇଛି ।

ଯଦି ଆପଣ ବି ‘ବାହୁବଲୀ ୨’ ସିନେମାକୁ ଅନଲାଇନ ଦେଖିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କୁ ନିରାଶ ହେବାକୁ ପଡିବା କାରଣ ଭାଇରାଲ ହୋଇଥିବା ସିନେମା ‘ବାହୁବଲୀ ୨’ ନୁହଁ ବରଂ ବ୍ଲକ ବଷ୍ଟର ସିନେମା ‘ମଗଧୀରା’ । ଯାହାକୁ ପ୍ରଶଂସକାମାନେ ହିିନ୍ଦୀରେ ଡବ କରି ‘ବାହୁବଲୀ ୨’ ଏହି ନାମ ରଖି ଦେଇଛନ୍ତି ।