ରୋଜଭ୍ୟାଲି ଚିଟଫଣ୍ଡ ମାମଲା : ତାପସ ପାଲଙ୍କୁ ଭୁବନେଶ୍ୱର ଆଣିଲା ସିବିଆଇ

48

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ତାପସ ପାଲଙ୍କୁ ଭୁବନେଶ୍ୱର ଆଣିଲା ସିବିଆଇ । ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ପଶ୍ଚିମବଙ୍ଗରୁ ଗିରଫ ହୋଇଥିବା ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲଙ୍କୁ ଆଜି ଭୁବନେଶ୍ୱର ଅଣାଯାଇଛି । ତାପସଙ୍କୁ ଏଠାରେ ଅଧିକ ପଚରାଉଚରା କରାଯିବ ।

ଓଡିଶା ସହ ଲିଙ୍କ୍ ଥିବା ରୋଜଭ୍ୟାଲିର ବିଭିନ୍ନ ମାମଲାରେ ପଚରାଉଚରା ପାଇଁ ତାପସଙ୍କୁ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି । କୋଲକାତାର କ୍ରିଷ୍ଣାନଗର ନିର୍ବାଚନ ମଣ୍ଡଳୀର ସାଂସଦ ତାପସଙ୍କୁ ହାଜର ହେବାକୁ ସିବିଆଇ ନୋଟିସ କରିଥିଲା ।

ସେ ହାଜର ହେବା ପରେ ସିବିଆଇ ଅଧିକାରୀମାନେ ତାଙ୍କୁ ୪ ଘଂଟା ଧରି ପଚରାଉଚରା କରିଥିଲେ । କିନ୍ତୁ ସନ୍ତୋଷଜନକ ଉତର ନମିଳିବାରୁ ସିବିଆଇ ତାପସଙ୍କୁ ଗିରଫ କରିଥିଲା । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :