ଆଜି ଆୟୋଜନ ହେବ ମେଗା ନିଯୁକ୍ତି ମେଳା : ୭୫ ହଜାର ନବ ନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

215

କନକ ବ୍ୟୁରୋ : ୧୦ ଲକ୍ଷ ବେରୋଜଗାରଙ୍କୁ ନିଯୁକ୍ତି ଦେବେ ମୋଦୀ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିପାଇଁ ଆଜି ମେଗା ‘ରୋଜଗାର ମେଳା’ର ଶୁଭାରମ୍ଭ କରିବେ । ଭିଡିଓ କନଫରେନସିଂରେ ଏହି ନିଯୁକ୍ତି ମେଳାକୁ ମୋଦୀ ଆରମ୍ଭ କରିବେ । ଏହି ଅବସରରେ ୭୫ ହଜାର ନୂଆ ନିଯୁକ୍ତି ପତ୍ର ପ୍ରଦାନ କରାଯିବ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଏମାନଙ୍କୁ ନିଯୁକ୍ତି ଦିଆଯିବା ସହ ନବ ନିଯୁକ୍ତଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ମୋଦୀ । ଏଥିପାଇଁ ବଡଧରଣର ପ୍ରସ୍ତୁତି ଆରମ୍ଭ ହୋଇଛି ।

ମୋଦୀଙ୍କ ‘ନିଯୁକ୍ତି ମେଳା’

– ମୋଦୀଙ୍କ ନିର୍ଦ୍ଦେଶରେ ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ଖାଲି ଥିବା ପଦବୀ ପୂରଣ ହେଉଛି
– ମିଶନ୍ ମୋଡରେ ଖାଲି ପଡିଥିବା ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ
– ଆଜି ୭୫ ହଜାର ପଦବୀରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ
– ଗ୍ରୁପ- ଏ, ଗ୍ରୁପ-ବି (ଗେଜେଟେଡ୍), ଗ୍ରୁପ-ବି (ନନଗେଜେଟେଡ୍) ଓ ଗ୍ରୁପ-ସିରେ ନିଯୁକ୍ତି ଦିଆଯିବ
– ଏହା ଭିତରେ କେନ୍ଦ୍ରୀୟ ସୁରକ୍ଷା ବଳ, ଆୟକର ଇନସ୍ପେକ୍ଟର, ଷ୍ଟେନୋ, ପିଏ ଭଳି ପଦବୀ ରହିଛି
– କେନ୍ଦ୍ର ସରକାରଙ୍କ ବିଭାଗଗୁଡିକ ନିଜସ୍ୱ କିମ୍ବା ଏଜେନ୍ସି ଜରିଆରେ ନିଯୁକ୍ତି ପରୀକ୍ଷା କରିଥିଲେ
– ୟୁପିଏସସି, ଏସଏସସି, ରେଲୱେ ରିକ୍ରୁଟମେଂଟ୍ ବୋର୍ଡ ଆଦି ଜରିଆରେ ପରୀକ୍ଷା କରାଯାଇଥିଲା
– ଗତ ଜୁନରେ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗରେ ଖାଲି ପଦବୀର ସମୀକ୍ଷା କରିଥିଲେ ମୋଦୀ
– ଦେଢବର୍ଷ ମଧ୍ୟରେ ୧୦ ଲକ୍ଷ ବେରୋଜଗାରଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଦେଇଥିଲେ ନିର୍ଦ୍ଦେଶ