କଟକ ହସ୍ପିଟାଲର ନୂଆ କାହାଣୀ ! ରୋବଟ କରିବ ଅପରେସନ୍

52

କନକ ବ୍ୟୁରୋ : ଏଣିକି ଅପରେସନ ଟେବୁଲରେ ଭାବ ପ୍ରବଣତା ଆଉ ସମସ୍ୟା ହେବ ନାହିଁ । କାହିିଁକି ନା ବଡ ଡାକ୍ତରଖାନାର ବଡ ଡାକ୍ତରଙ୍କୁ ସାହାଯ୍ୟ କରିବା ପାଇଁ କଟକ ବଡ ମେଡିକାଲରେ ଆସି ପହଁଚିଛି ରୋବଟିକ୍ ମେସିନ୍ । ଏସିବିର ଅପରେସନ ଥିଏଟରରେ ରୋବଟିକ୍ ମେସିନ୍ । ଆମେରିକାର ଦା ଭାନସି କମ୍ପାନୀ ପ୍ରାୟ ୨୦କୋଟି ଟଙ୍କା ଖର୍ଚ୍ଚ କରି ଏହି ଯନ୍ତ୍ରାଂଶ ତିଆରି କରିଛି । ଆଉ ଏବେ ଏସସିବିରେ ପରୀକ୍ଷଣ ପର୍ଯ୍ୟାୟରେ ଏହି ରୋବଟର ଅପରେସନ ଆରମ୍ଭ ହୋଇଛି ।

ଏସସିବିର ଡାକ୍ତର ବି ରୋବଟିକ୍ ମେସିନରେ ଅପରେସନକୁ ନେଇ ପ୍ରଶିକ୍ଷଣ ଆରମ୍ଭ କରିଦେଇଛନ୍ତି । ବରିଷ୍ଠ ସର୍ଜରୀ ବିଶେଷଜ୍ଞଙ୍କ ସହ ପିଜି ଡାକ୍ତର ବି ରୋବଟ ମେସିନରେ ଅପରେସନ ନେଇ ପ୍ରଶିକ୍ଷଣ ନେଉଛନ୍ତି । ଏବେ ଜାଣନ୍ତୁ କେମିତି ଓ କିଭଳି ଢଙ୍ଗରେ କାର୍ଯ୍ୟ କରିବ ଏହି ରୋବଟିକ୍ ମେସିନ ।
• ରୋବଟ୍ ୭୨୦ଡିଗ୍ରୀ ପରିଧିରେ ଅପରେସନ କରିପାରିବ
• ୩ଡି ଲୁକ୍ ଥିବାରୁ ଛୋଟରୁ ଛୋଟ କୋଷ କଣିକାକୁ ଚିହ୍ନି ପାରିବ
• ଗୁରୁତର ଅବସ୍ଥାରେ ଅଧିକ ଭଲ ଭାବରେ ଚିକିତ୍ସା କରିବ
• ଓପନ ସର୍ଜରୀରେ ଅଧିକ ସହାୟକ ହେବ

ଡାକ୍ତରଙ୍କ କହିବା କଥା ୟୁରୋଲୋଜି,ଗାଇନିକ ସର୍ଜରୀ,ଶିଶୁଙ୍କ ଅସ୍ତ୍ରୋପଚାର ଓ ସମସ୍ତ ପ୍ରକାରର ଓପନ ସର୍ଜରୀରେ ଏହା ସହାୟକ ହେବ ।