ଔଷଧ ଦୋକାନରୁ ଅଭିନବ ଲୁଟ୍ । ୨୦ ଟଙ୍କାର ଥୋପ ପକାଇ ୨୫,୦୦୦ ଟଙ୍କା ଲୁଟିନେଲେ ।

188

କନକ ବ୍ୟୁରୋ: ଭୁବନେଶ୍ୱର ରବି ଟକିଜ୍ ନିକଟରେ ଥିବା ଏକ ଔଷଧ ଦୋକାନରୁ ଅଲଗା ଷ୍ଟାଇଲରେ ଲୁଟ କରିଛନ୍ତି ଦୁର୍ବୃତ୍ତ, ଯାହା ଆପଣଙ୍କୁ ଚକିତ କରିବା ସହ ସଚେତନ କରିବ ନିଶ୍ଚୟ । ମାତ୍ର ୩୦ ଟଙ୍କା ପାଇଁ ୨୫ ହଜାର ଟଙ୍କା ହରାଇଛନ୍ତି ଏଠାରେ ଥିବା କୌଶଲ୍ୟା ମେଡିସିନ୍ ଷ୍ଟୋର ମାଲିକ ।

କଥା ହେଉଛି ଗୁରୁବାର ସକାଳ ପ୍ରାୟ ୯ଟା ୧୫ରେ ରବି ଟକିଜ୍ ଛକରେ ଥିବା କୌଶଲ୍ୟା ମେଡିସିନ୍ ଷ୍ଟୋର୍‌କୁ ଜଣେ ଯୁବକ ଔଷଧ କିଣିବାକୁ ଆସିଥିଲେ। ଦୋକାନୀଙ୍କୁ ପ୍ରେସକିପସନ୍ ଦେଖାଇ ଔଷଧ ମାଗିଥିଲେ। ଔଷଧ ବାବଦକୁ ଦୋକାନୀ ତାଙ୍କୁ ୫୦ ଟଙ୍କା ମାଗିଥିଲେ। କିନ୍ତୁ ଯୁବକଜଣଙ୍କ ୨୦ ଟଙ୍କା ଧରାଇ ଦେଇ ସେଠାରୁ ଦୌଡ଼ି ପଳାଇଥିଲା। ଏହା ଦେଖି ଦୋକାନୀ ତା’ ପଛେପଛେ ଗୋଡ଼ାଇଥିଲେ। ସେତେବେଳକୁ ଅନ୍ୟ କର୍ମଚାରୀମାନେ ଦୋକାନକୁ ଆସି ନଥିଲେ। ତେଣୁ ଦୋକାନ ଠିଆ ମେଲା ହୋଇଥିଲା। ଏହି ସୁଯୋଗରେ ସେଠାରେ ଲୁଚି ରହିଥିବା ଅନ୍ୟ ଜଣେ ଯୁବକ ଦୋକାନ ଭିତରେ ପଶି କ୍ୟାସ୍ ଡ୍ର’ରୁ ୨୫ହଜାର ଟଙ୍କା ଲୁଟି ନେଇଥିଲା। ଏ ସଂପର୍କରେ ଦୋକାନ ମାଲିକ ମନୋଜ କୁମାର ସ୍ବାଇଁ ବଡ଼ଗଡ଼ ଥାନାକୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସି କ୍ୟାମେରା ଫୁଟେଜ୍‌ ଆଧା‌ରରେ ଲୁଟେରାଦ୍ବୟଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି