ଷଷ୍ଠ ଥର ପାଇଁ ଏସିଆ କପ୍ ଜିତିଲା ଶ୍ରୀଲଙ୍କା : ପାକିସ୍ତାନ ୨୩ ରନ୍‌ରେ ପରାସ୍ତ

126

କନକ ବ୍ୟୁରୋ : ଏସିଆ କପ ଜିତିଲା ଶ୍ରୀଲଙ୍କା । ରବିବାର ଖେଳାଯାଇଥିବା ଫାଇଲାଲ ମ୍ୟାଚରେ ପାକିସ୍ତାନକୁ ୨୩ ରନରେ ପରାସ୍ତ କରିଛି ଶ୍ରୀଲଙ୍କା । ଏହି ମ୍ୟାଚରେ ଶ୍ରୀଲଙ୍କାର ଜବରଦସ୍ତ ବୋଲିଂ ଦେଖିବାକୁ ମିଳିଥିଲା । ପାକିସ୍ତାନ ୧୭୧ ରନର ଲକ୍ଷ୍ୟକୁ ପିଛା କରି ପଡିଆକୁ ଓହ୍ଲାଇଥିଲା । ହେଲେ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ପାକିସ୍ତାନ ୧୪୭ ରନ୍ କରିବାରେ ସକ୍ଷମ ହୋଇଥିଲା ।

ଦଳ ପକ୍ଷରୁ ମହମ୍ମଦ ରିଜୱାନ୍ ୪୯ ବଲରୁ ୫୫ ରନ୍ କରିଥିବା ବେଳେ ଅହମ୍ମଦ ୩୨ ରନ୍ କରିଥିଲେ କିନ୍ତୁ ପାକିସ୍ତାନକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ଫଳରେ ଶ୍ରୀଲଙ୍କା ଏହି ମ୍ୟାଚକୁ ୨୩ ରନ୍ରେ ଜିତି ନେଇଥିଲା । ଏହି ବିଜୟ ସହ ଶ୍ରୀଲଙ୍କା ୬ଷ୍ଠ ଥର ପାଇଁ ଏସିଆ କପ ଟାଇଟଲ ହାସଲ କରିଛି । ଶ୍ରୀଲଙ୍କ ପକ୍ଷରୁ ପ୍ରମୋଦ ମଦୁଶାନ୍ ୪ଟି ୱିକେଟ ନେଇଥିବା ବେଳେ ୱାନିନ୍ଦୁ ହାସରାଙ୍ଗା ୩ଟି, ଚାମିକା ୨ଟି ଓ ମହେଶ ଗୋଟିଏ ୱିକେଟ ନେଇ ଶ୍ରୀଲଙ୍କାକୁ ବିଜୟ ଦେଇଥିଲେ ।