୧୫ ଦିନ ପରେ ବନ୍ଦ ହୋଇଯିବ କି ବିଜୁଳି ସରବରାହ? ୩୪ କମ୍ପାନୀ ଦେବାଳିଆ ହୋଇଯିବା ବାବଦରେ ଉଠିଲା ପ୍ରଶ୍ନ

48

କନକ ବ୍ୟୁରୋ : ଆଜି କାଲିର ଲୋକଙ୍କର ବିଜୁଳି ନିହାତି ଦରକାର । ତେବେ ସାମାନ୍ୟ ବିଜୁଳି କଟିଲେ ଲୋକମାନେ ଅସ୍ତବ୍ୟସ୍ତ ହୋଇ ପଡନ୍ତି । କିନ୍ତୁ ଏବେ ୧୫ଦିନ ବିଜୁଳିରେ ଦେଖାଯାଇପାରେ ବଡ ସମସ୍ୟା ବୋଲି ଚର୍ଚ୍ଚା ଜୋର ଧରିଛି । କାରଣ ବର୍ତ୍ତମାନ ସମୟରେ ଜିନ୍ଦଲ ଉପରେ ଅନେକ ଆର୍ଥିକ ବୋଝ ରହିଛି । ତେବେ କେବଳ ଜିନ୍ଦଲ ନୁହେଁ ଅନେକ କମ୍ପାନୀ ଉପରେ ଏବେ ଆର୍ଥିକ ବୋଝ ରହିଥିବା ଜଣାପଡିଛି । ସେମାନେ ଯେଉଁ ଟଙ୍କା ଋଣ ଆଣିଥିଲେ ତାହାକୁ ପରିଶୋଧ କରିବା ପାଇଁ ଆରବିଆଇ ଅଗଷ୍ଟ ୨୭ ପର୍ଯ୍ୟନ୍ତ ଡେଡଲାଇନ ଜାରି କରିଥିଲା । ତେବେ ସମୟ ପୁରିବା ସହ ଅଧିକ ସମୟ ଦେବାପାଇଁ ବ୍ୟାଙ୍କ ମଧ୍ୟ ଚାହୁଁନଥିବା ସୂଚନା ମିଳିଛି । ତେବେ ଜିନ୍ଦଲ ସମେତ ୩୪ଟି କମ୍ପାନୀ ଉପରେ ପ୍ରାୟ ଦେଢ ଲକ୍ଷ କୋଟିର ୠଣ ରହିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ସେମାନେ ସଠିକ ସମୟରେ ଋମ ପରିଶୋଧ କରୁନଥିବାରୁ ବ୍ୟାଙ୍କ ମଧ୍ୟ ସେହି କମ୍ପାନୀଙ୍କ ସୁଧ ବଢାଇବାହରେ ଲାଗିଛି ।

 

ତେବେ ବ୍ୟାଙ୍କ ପୂର୍ବରୁ ୨୦୧୮ ମସିହା ୧ ମାର୍ଚ୍ଚରେ ଟଙ୍କା ଦେବାର ସମୟ ରହିଥିଲା । ହେଲେ ଏହାକୁ ପରେ ଅଗଷ୍ଟ ୨୭ ପର୍ଯ୍ୟନ୍ତ ବଢାଯାଇଥିଲା । ତେବେ ବର୍ତ୍ତମାନ ସମୟରେ ବ୍ୟାଙ୍କ ସେହି ସମସ୍ତ କମ୍ପାନୀ ଗୁଡିକୁ ଦେବାଲିଆ ମଧ୍ୟ ଘୋଷଣା କରିପାରେ । ମୋଟ ଉପରେ ବ୍ୟାଙ୍କର ବର୍ତ୍ତମାନ ସମୟରେ ୩୮ଶହ ଆରବୀୟ ଡଲାର ଋଣ ରହିଛି । ଏହାସହ ସେହି କମ୍ପାନୀ ମାନଙ୍କୁ ଆରବିଆଇ ୧୫ଦିନର ସମୟ ଦେଇଛି । ଯେଉଁ ସମୟ ମଧ୍ୟରେ ବ୍ୟାଙ୍କ ଗୁଡିକ ନିଜ ନିଜର ଓକିଲ ଓ କର୍ମଚାରୀଙ୍କ ସହ ଆଲୋଚନା କରିପାରିବେ । ତେବେ ଯଦି ସମସ୍ତ କମ୍ପାନୀ ନିଜ ଉପରେ ଥିବା ଋଣ ପରିଶୋଧକରନ୍ତି ତେବେ ବ୍ୟାଙ୍କ କୋର୍ଟରେ ମାମଲା କରିବ ନାହିଁ ବୋଲି ଜଣାପଡିଛି । ଏହାସହ ଷ୍ଟେଟ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନତି ଯେ, ଏହି ଋଣ ଟଙ୍କା ପାଇଁ ବ୍ୟାଙ୍କ କାଗଜପତ୍ର କାମ ଆରମ୍ଭ କରି ଦେଲାଣି । ସେହିପରି ୧୬ କମ୍ପାନୀଙ୍କୁ ଋଣ ବିଷୟରେ ସୂଚନା ମଧ୍ୟ ଦିଆଯାଇଥିବା ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

 

ସେହି ୧୬ କମ୍ପାନୀ ଉପରେ କେବଳ ୧୭୪୦ ଆରବୀୟ ଡଲାର ବାକି ପଡିଥିବା ସୂଚନା ମିଳିଛି । ତେବେ ଏପରି ସମୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ, ୨୦୦୮ ମସିହାରୁ ସରକାର ସେହି କମ୍ପାନୀ ଗୁଡିକୁ ଋଣ ଦେଇଥିଲେ । ସେତେବେଳର ସରକାର ଏତେମାତ୍ରାରେ ଋଣ ଦେଇଛନ୍ତି ଯେ, ବର୍ତ୍ତମାନ ସମୟରେ କମ୍ପାନୀ ଗଡିକ ଋମ ପରିଶୋଧ କରିବାରେ ଅସମର୍ଥ ହେଉଛନ୍ତି । ତେଣୁ ଦେଶରେ ବର୍ତ୍ତମାନ ସମୟରେ କମ୍ପାନୀ ମାନଙ୍କୁ ଋଣ ଦେବା କଷ୍ଟ ହୋଇ ପଡିବ । ଏହାସହ ଦେଖାଯାଇଥିବା ସମସ୍ୟା ଉପରେ ଅର୍ଥମନ୍ତ୍ରାଳୟ ଆରବିଆଇ ସହ କଥା ହେବ ବୋଲି ସୂଚନା ମିଳିଛି । ତେବେ କୋର୍ଟ ମଧ୍ୟ ପେରି ସମୟରେ ଋମ ପରିଶୋଧ କରିନଥିବା କମ୍ପାନୀ ଗୁଡିକୁ କୈାଣସି ପ୍ରକାର ଅନ୍ତରୀଣ ସୁରକ୍ଷା ଦେଇ ନଥିବା ଜଣାପଡିଛି । ତେବେ ଏପରି ସମୟରେ ଦେଶର କେଉଁ ଭଳି ଭାବରେ ବିଜୁଳି ପ୍ରବାହ ଜାରି ରହିବ ସେନେଇ ଚିନ୍ତା କରାଯାଉଛି ।