ବୋରୱେଲରେ ଫସିଥିବା ତନ୍ମୟର ନିକଟତର ଉଦ୍ଧାରକାରୀ ଦଳ । ୬୦ ଘଂଟାରୁ ଅଧିକ ଧରି ଫସିଛି ତନ୍ମୟ

157

କନକ ବ୍ୟୁରୋ: ଦୀର୍ଘ ୬୦ ଘଂଟାରୁ ଅଧିକ ସମୟ ଧରି ବୋରୱେଲରେ ଫସି ରହିଛି କୁନି ପୁଅ ତନ୍ମୟ ଖୁବ୍ ଶୀଘ୍ର ହେବ ଉଦ୍ଧାର । ଉଦ୍ଧାରକାରୀ ଦଳ ତନ୍ମୟର ନିକଟତର ହୋଇଛନ୍ତି । ୪୪ ଫୁଟ୍ ରାମ୍ପ ଖନନର କାମ ଶେଷ ହୋଇଥିବା ବେଳେ ୧୧ ଫୁଟର ଖନନ କାମ ଜାରି ରହିଛି ।

ବୋରୱେଲରରେ ଗଭୀର ୪ଶହ ଫୁଟ ହୋଇଥିବା ବେଳେ ତନ୍ମୟ ୫୦ ଫୁଟରେ ଅଟକି ରହିଛି । ତେବେ ଏପର୍ଯ୍ୟନ୍ତ ୧୧ ଫୁଟର ଖନନ କାମ ଶେଷ ହୋଇଥିବା ବେଳେ ଆଉ ୩୯ ଫୁଟରେ ଫସି ରହିଛି ତନ୍ମୟ । ପିଲାଟିକୁ ପାଇପ ଯୋଗେ ବୋରୱେଲର ମୁହଁପଟୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । ସୂଚନା ଅନୁସାରେ ବେତୁଲ ଜିଲ୍ଲା ମାଣ୍ଡାଭି ଗାଁର ସୁନୀଲ ଦିୟାବର, ୬ ତାରିଖ ସନ୍ଧ୍ୟାରେ ୮ବର୍ଷର ପୁଅ ତନ୍ମୟକୁ ନେଇ ବିଲକୁ ଯାଇଥିଲେ । ଏହି ସମୟରେ ତନ୍ମୟ ବୋରୱେଲ ଗାତକୁ ଚାହୁଁଥିବା ବେଳ ଅଚାନକ୍ ଗାତରେ ପଡ଼ିଯାଇଥିଲେ । ଖବର ପାଇ ପୁଲିସ ଓ ପ୍ରଶାସନର ଟିମ୍ ପହଂଚିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।

ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ସୁନୀଲ ଦିୟାବର ଏହି ବୋରୱେଲ ଖୋଳିଥିଲେ । ବୋରୱେଲରେ ଜଳସ୍ତର କମିଯିବାରୁ ଲାଗିଥିବା ମିଟର ଖୋଲିି ଘରକୁ ନେଇଯାଇଥିଲେ । ଆଉ ଖୋଲା ଥିବା ବୋରୱେଲରେ ପଡ଼ିିଯାଇଥିଲେ ତନ୍ମୟ ।