ଆକ୍ସନ ମୋଡରେ ଏଲନ ମସ୍କ, ଏକାଧିକ ସାମ୍ବାଦିକଙ୍କ ଆକାଉଁଟ କଲେ ସସ୍ପେଣ୍ଡ

129

କନକ ବ୍ୟୁରୋ : ଟ୍ୱିଟରର ନୂଆ ମାଲିକ ହେବା ପରେ ପ୍ରତ୍ୟେକ ସମୟରେ କିଛି ନା କିଛି ପରିବର୍ତନ କରୁଛନ୍ତି ଏଲନ ମସ୍କ । ତେବେ ଗୁରୁବାର ଦିନ ଏଲନ ମସ୍କ ଟ୍ୱିଟରରୁ ବହୁ ସାମ୍ବାଦିକଙ୍କ ଆକାଉଂଟ ସସପେଣ୍ଡ କରିଛନ୍ତି । ତେବେ ଏହି ବ୍ୟାନରେ ନ୍ୟୁୟର୍କ ଟାଇମ୍ସ ଓ ୱାସିଙ୍ଗଟନ ପୋଷ୍ଟ ସହ ବହୁ ବଡ଼ ବଡ଼ ସଂସ୍ଥାର ପତ୍ରକାରଙ୍କୁ ଟ୍ୱିଟରକୁ ସସପେଣ୍ଡ କରିଛନ୍ତି ମସ୍କ । ଟାଇମ୍ସର ରିପୋର୍ଟର ରେୟାନ ମେକ, ମାଶାବଲ କେ ରିପୋର୍ଟର ମେଟ ବାଇଣ୍ଡର,ପୋଷ୍ଟର ରିପୋର୍ଟର ଡ୍ରିଉ ହାରୱେଲ ଏବଂ ସିଏନଏନର ରିପୋର୍ଟର ଡ଼ାନର ଓ ସୁଲୀବନ ଆଦିଙ୍କ ଆକାଉଂଟକୁ ସସପେଣ୍ଡ କରିଛନ୍ତି ମସ୍କ । ତେବେ ଏକ ରିପୋର୍ଟ ଅନୁସାରେ, ସସପେଣ୍ଡ ହୋଇଥିବା ଟ୍ୱିଟର ୟ୍ୟୁଜରର୍ସ ଟ୍ୱିଟର ମାଲିକଙ୍କ ଦ୍ୱାରା ହୋଇଥିବା ଅଧିଗ୍ରହଣ ପରେ ମସ୍କଙ୍କ ବିଷୟରେ ଲେଖିଥିଲେ ।