ଫଟୋ ଓ ପରିଚୟ ପତ୍ର ଦେଖାଇ ମୃତଦେହ ଚିହ୍ନଟ କରୁଛନ୍ତି ସମ୍ପର୍କୀୟ । ଦୁର୍ଘଟଣାରେ ଶରୀର କ୍ଷତିଗ୍ରସ୍ତ ହୋଇଥିବାରୁ ଚିହ୍ନଟ ପାଇଁ ସୃଷ୍ଟି ହେଉଛି ସମସ୍ୟା

293

କନକ ବ୍ୟୁରୋ : ଭୁବନେଶ୍ୱର ଏମ୍ସରେ ରହିଛି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତ ଶରୀର । ମୃତକଙ୍କୁ ଚିହ୍ନଟ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଦୁର୍ଘଟଣାରେ ଶରୀର କ୍ଷତିଗ୍ରସ୍ତ ହୋଇଥିବାରୁ ଚିହ୍ନଟ ପାଇଁ ସମସ୍ୟା ସୃଷ୍ଟି ହେଉଛି । ବିଭିନ୍ନ ସ୍ଥାନରୁ ମୃତକଙ୍କ ସମ୍ପର୍କୀୟମାନେ ଆସି ଏମ୍ସ ପରିସରରେ ଥିବା ସହାୟତା କେନ୍ଦ୍ରରେ ଯୋଗାଯୋଗ କରୁଛନ୍ତି । ଫଟୋ ଓ ପରିଚୟ ପତ୍ର ଦେଖାଇ ଚିହ୍ନଟ କରୁଛନ୍ତି ସମ୍ପର୍କୀୟ । ମୃତଦେହ ଚିହ୍ନଟ ହେଲେ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଉଛି ।

ତେବେ ଏମ୍ସରେ ୧୨୩ ମୃତଦେହ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୦ରୁ ଅଧିକ ଲୋକଙ୍କୁ ଚିହ୍ନଟ ହୋଇଛି । ତେବେ ଏମ୍ସ ଓ ଅନ୍ୟ ମେଡିକାଲରେ ଥିବା ମୃତଦେହ ମଧ୍ୟରୁ ୪୭ରୁ ଅଧିକ ମୃତଦେହ ଚିହ୍ନଟ କରାଯାଇ ହସ୍ତାନ୍ତର କରାଯାଇଥିବା କହିଛନ୍ତି ବିଏମସି କମିସନର ।