ବିବାଦ ଭିତରେ ଚିକେନ୍ ବିରିୟାନୀ ଖାଇଲେ ହେତୁବାଦୀ: କହିଲେ ସୂର୍ଯ୍ୟପରାଗରେ ଖାଇ ଏପର୍ଯ୍ୟନ୍ତ ସୁସ୍ଥ ଅଛନ୍ତି

773

କନକ ବ୍ୟୁରୋ: ଚନ୍ଦ୍ରଗ୍ରହଣରେ ଚିକେନ୍ ବିରିଆନି ଖାଇଲେ ହେତୁବାଦୀ । ଭୁବନେଶ୍ୱର ଲୋହିଆ ଏକାଡେମୀରେ ବିରିଆନି ଖାଇଛନ୍ତି ହେତୁବାଦୀ । ଚନ୍ଦ୍ରଗ୍ରହଣର ନୀତି ନିୟମକୁ ବେଖାତିର କରି ଚିକେନ୍ ବିରିଆନି ଖାଇଲେ । ହେତୁବାଦୀ କହିଲେ, ସୂର୍ଯ୍ୟପରାଗରେ ଖାଇଥିଲେ ଆଉ ତାଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ୍ ଅଛି । ଏବେ ୧୫ ଦିନ ପରେ ଚନ୍ଦ୍ରଗ୍ରହଣରେ ବି ଚିକେନ୍ ବିରିଆନି ଖାଇଛନ୍ତି । ହେତୁବାଦୀଙ୍କ ଚିକେନ୍ ବିରିଆନି ଖାଇବାକୁ ନେଇ ହେତୁବାଦୀ ଓ ପରମ୍ପରାବାଦୀଙ୍କ ଭିତରେ ଉତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଥିଲା । ବିବାଦ ସତ୍ୱେ ବି ବିରିଆନି ଖାଇଲେ ହେତୁବାଦୀ ।