ଏଥରକ ଆମେଥି ନିର୍ବାଚନରେ ନାହିଁ ଗାନ୍ଧୀ ପରିବାର । ଆମେଥିରେ ସ୍ମୃତି ବନାମ କିଶୋରୀ ଲାଲ ଲଢ଼େଇ । ନୂଆ ଚେହେରା କଂଗ୍ରେସ ପାଇଁ ହେବ କି ଚ୍ୟାଲେଞ୍ଜ?

141

କନକ ବ୍ୟୁରୋ: କଂଗ୍ରେସର ଗଡ଼ ତଥା ରାହୁଲ ଗାନ୍ଧୀଙ୍କ ଆସନ ଆମେଥିରୁ ଏଥର ଦଳ ଦଳ ନୂଆ ପ୍ରାର୍ଥୀ ଦେଇଛି । ସୋନିଆ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ତଥା ଉତରପ୍ରଦେଶର ପୂର୍ବତନ କଂଗ୍ରେସ ସଭାପତି କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଆମେଥିରୁ ଏଥର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ଆଉ ସ୍ମୃତି ଇରାନିଙ୍କୁ ଟକ୍କର ଦେବେ କିଶୋରୀ ଲାଲ । କିଶୋରୀ ଲାଲ ରାଇବରେଲିରୁ ସୋନିଆଙ୍କ ପ୍ରତିନଥି ଥିଲେ । କଂଗ୍ରେସର ପୁରୁଖା ନେତା କିଶୋରୀ ଲାଲ ଆମେଥି ଏବଂ ରାଇବରେଲି ଆସନ ସହ ଜଡିତ ଥିଲେ । କିଶୋରୀ ଲାଲ ପଞ୍ଜାବ ଲୁଧିଆନାର ବାସିନ୍ଦା । ପ୍ରଥମ ଥର ପାଇଁ ୧୯୮୩ରେ ଆମେଥିରୁ ନିର୍ବାଚନ ଲଢିଥିଲେ ଶର୍ମା । କିନ୍ତୁ ୧୯୯୧ରୁ ଗାନ୍ଧୀ ପରିବାରରୁ ଆମେଥିରୁ ପ୍ରାଥୀ ହୋଇଆସୁଥିଲେ । କିଶୋରୀ ଲାଲ ବିହାର ଏବଂ ପଞ୍ଜାବରେ ମଧ୍ୟ କଂଗ୍ରେସ ପାଇଁ କାର୍ଯ୍ୟ କରିଛନ୍ତି ।

ତର୍ଜମା, ମାନସମନ୍ଥନ, ବିଚାର ବିମର୍ଶ ପରେ ଶେଷରେ ଆମେଥୀରେ କିଏ ହେବେ କଂଗ୍ରେସର ପ୍ରାର୍ଥୀ ସେନେଇ ମୋହର ବାଜିଛି । ଯେଉଁମାନଙ୍କ ନାଁ ସବୁଠୁ ଆଗରେ ଥିଲା ସେମାନଙ୍କୁ ବାଦ ଦେଇ ଦଳ ନୂଆ ଚେହେରାଙ୍କୁ ସାମ୍ନାକୁ ଆଣିଛି । ଆମେଥିରେ ପ୍ରାର୍ଥୀ ହୋଇଛନ୍ତି କିଶୋରୀ ଲାଲ ଶର୍ମା । ଏହି ଟିକେଟ ଘୋଷଣା ସହ ଦଳର ୨୫ବର୍ଷର ରାଜନୈତିକ ସମୀକରଣରେ ବଡ ପରିବର୍ତନ ଆଣିଛି । ନଜର ପକାଇବା ଆମେଥି ସହ ଗାନ୍ଧୀ ପରିବାର କିଭଳି ଘନିଷ୍ଠ ସର୍ମ୍ପକ ରହିଛି । ଯଦିଓ ୧୯୬୭ ମସିହାରରୁ କଂଗ୍ରେସ ଆମେଥିରୁ ନିର୍ବାଚନ ଲଢ଼ୁଛି କଂଗ୍ରେସ ତେବେ ୧୯୯୯ରୁ ୨୦୧୪ ଯାଏଁ ଲଗାତାର ଦଳ ଜିତ ହାସଲ କରିଥିଲା । ୧୯୯୯ରେ ପ୍ରଥମ ଥର ପାଇଁ ସୋନିଆ ଗାନ୍ଧୀ ଆମେଥିରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ପରେ ମଙ୍ଗ ସମ୍ଭାଳିଥିଲେ ରାହୁଲ ଗାନ୍ଧୀ । ୨୦୦୪ରେ ପ୍ରଥମ ଥର ପାଇଁ ରାହୁଲ ଆମେଥି ଅ।।ସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ୨୦୦୯ରେର ମଧ୍ୟ ନିଜ ବିଜୟ ଯାତ୍ରା ବଜାୟ ରଖି ଆସନ ଜିତିଥିଲେ । ୨୦୧୪ରେ କ୍ରମାଗତ ତୃତୀୟଥର ପାଇଁ ଏହି ଆସନ ରାହୁଲଙ୍କ ଦେଇଥିଲା ବିଜୟର ହ୍ୟାଟ୍ରିକ । ୨୦୧୯ରେ ବଦଳିଥିଲା ଆମେଠି ଚିତ୍ର । ରାହୁଲଙ୍କ ଗଡରେ ଧସେଇ ପଶିଥିଲା ବିଜେପି ଓ ପ୍ରାଥୀ ସ୍ମୃତି ଇରାନୀ ଆମେଠି ଉପରେ କବଜା କରିଥିଲ । ଏଥରକ କିଏ ହେବ ଆମେଥିିର କଂଗ୍ରେସ ଚେହେରା ତାକୁ ନେଇ କିଛି ଦିନ ହେବ ଦଳ ବିଚାର କରିବା ପରେ କିଶୋରୀ ଲାଲଙ୍କୁ ବାଛିଛନ୍ତି ।

କଂଗ୍ରେସର ‘ଆମେଥି’ ଚେହେରା କେ.ଏଲ ଶର୍ମା
-ଦୀର୍ଘ ଦଶନ୍ଧି ଧରି କଂଗ୍ରେସ ଓ ଗାନ୍ଧୀ ପରିବାର ସହ ଜଡିତ ଅଛନ୍ତି କିଶୋରୀ ଲାଲ
-ପଂଜାବରେ ଜନ୍ମିତ କିଶୋର ୧୯୮୩ରେ କଂଗ୍ରେସରେ ଯୋଗ ଦେଇଥିଲେ
-ପ୍ରଥମ ଥର ପାଇଁ ୧୯୮୩ରେ ଆମେଥିରୁ ନିର୍ବାଚନ ଲଢିଥିଲେ
-ରାଜୀବ ଗାନ୍ଧୀଙ୍କ ଜଣେ ବିଶ୍ୱସ୍ତ ସହଯୋଗୀ ଥିଲେ

ଆମେଥି ଆସନରେ ୨୦୦୪ରୁ ରାହୁଲ ଜିତି ଆସୁଥିବା ବେଳେ ୨୦୧୯ରେ ଏହି ବିଜୟରେ ବ୍ରେକ ଲଗାଇଥିଲେ ସ୍କୃତି ଇରାନୀ । ଚଳିତ ଥର ମଧ୍ୟ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ତେବେ ଚଳିତ ନିର୍ବାଚନରେ ଏହି ଆସନରେ ସ୍ମୃତିଙ୍କୁ ଟକ୍କର ଦେବେ କଂଗ୍ରେସର କିଶୋରୀ ଲାଲ ଶର୍ମା । ବିଳମ୍ବରେ ହେଉ ପଛେ କଂଗ୍ରେସ ଆମେଥୀ ସସପେନ୍ସ ଉପରୁ ପର୍ଦ୍ଦା ଉଠାଇଛି ସତ ଏବେ ପ୍ରଶ୍ନ ଉଠୁଛି ଯେଉଁ ଗଡ଼ରେ ଦଳ ୨୫ବର୍ଷ ଧରି ରାହୁଲ ଓ ସୋନିଆ ମୁଳଦୁଆକୁ ମଜଭୁତ କରି ରଖିଥିଲେ ତାକୁ କେତେଦୂର ବଜାୟ ରଖିବାରେ ସଫଳ ହେବେ କିଶୋର ଲାଲ ଶର୍ମା ।