ଚନ୍ଦ୍ରଗ୍ରହଣରେ ହେତୁବାଦୀ ବନାମ ପରମ୍ପରାବାଦୀ: ଭୁବନେଶ୍ୱର ଲୋହିଆ ଏକାଡେମୀରେ ହେତୁବାଦୀଙ୍କୁ ବଜରଙ୍ଗ ଦଳର ବିରୋଧ

160

ଚନ୍ଦ୍ରଗ୍ରହଣ ପାଇଁ ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ । ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏଭଳି ଦୃଶ୍ୟ । ଗ୍ରହଣ ସମୟରେ ସମୂହ ଭୋଜି କରି ଖାଇବାକୁ ସ୍ଥିର କରିଥିବା ହେତୁବାଦୀ ଗୋଷ୍ଠୀଙ୍କୁ ବଂଜରଙ୍ଗ ଦଳ ତରଫରୁ କରାଯାଇଛି ତୀବ୍ର ବୋରଧ । ସ୍ଥିତି ଏଭଳି ହୋଇଛି ଯେ, ହେତୁବାଦୀ ଓ ପରମ୍ପରାବାଦୀଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି ବ୍ରହ୍ମପୁରରେ ମଧ୍ୟ ହେତୁବାଦୀ ଓ ପରମ୍ପରାବାଦୀଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଚନ୍ଦ୍ରଗ୍ରହଣରେ ଭୋଜି କରି ଖାଇବାକୁ ଯୋଜନ ରଖିଥିବା ହେତୁବାଦୀଙ୍କୁ ବିଭିନ୍ନ ବ୍ରାହ୍ମଣ ସମାଜ ବିରୋଧ କରିଛି । ଏପରି କି ହେତୁବାଦୀଙ୍କ ଉପରକୁ ଗୋବର ପକାଇବାକୁ ପଛାଇ ନାହାଁନ୍ତି ପରମ୍ପରାବାଦୀ । ଘଟଣାକୁ ନେଇ ପୋଲିସକୁ ଲାଠିଚାର୍ଜ ବି କରିବାକୁ ପଡିଛି । ଘଟଣାକୁ ନେଇ ଥାନାରେ ଏତଲା । ଗ୍ରହଣରେ ପାକତ୍ୟାଗକୁ ନେଇ ଯେଉଁ ଉତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା ଏହାକୁ ନେଇ ଥାନାର ଦ୍ୱାରସ୍ଥ ହେବା ସହ ପରମ୍ପରାବାଦୀଙ୍କ ବିରୋଧରେ ଏତଲା ଦେଇଛନ୍ତି ହେତୁବାଦୀ ।