ସହିଦ ଯବାନଙ୍କୁ କାନ୍ଧ ଦେଲେ ରାଜନାଥ! ବୀର ଯବାନ ଅମର ରହେ ନାରାରେ ପ୍ରକମ୍ପିତ ହେଲା ପୂରା ପରିବେଶ । ଦେଖନ୍ତୁ ଭିଡିଓ

536

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୁଲୱାମାରେ ଗୁରୁବାର ହୋଇଥିବା ଆତ୍ମଘାତୀ ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଗୃହମନ୍ତ୍ରୀ ରାଜନାଥ ସିଂ । ଏପରିକି ସହିଦ ଯବାନଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେଇଛନ୍ତି ରାଜନାଥ । ଏହି ସମୟରେ ପୂରା ପରିବେଶ ଶୋକାକୁଳ ରହିଥିବା ବେଳେ ବୀର ଯବାନ ଅମର ରହେ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା ପୂରା ଅଞ୍ଚଳ । ଏଠାରୁ ସହିଦ ଯବାନଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ନିଆଯିବ । ଯେଉଁଠାରେ ସହିଦ ଯବାନଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ ।


ଶୁକ୍ରବାର ସକାଳୁ ଗୃହମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ସୁରକ୍ଷା ସମିତି ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଆଲୋଚନା ପରେ ରାଜନାଥ ସିଂ ସିଧାସଳଖ ଶ୍ରୀନଗର ଅଭିମୁଖେ ବାହାରିଯାଇଥିଲେ । ଆଉ ଶ୍ରୀନଗରରେ ପହଞ୍ଚି ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜନାଥ । ଏହି ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଘଟଣାରେ ତଦନ୍ତ କରିବାକୁ ଏନଆଇଏ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଗତକାଲି ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୨ ଜଣ ଯବାନ ସହିଦ ହୋଇଥିଲେ । ସହିଦ ଯବାନଙ୍କ ମଧ୍ୟରୁ ୨ ଜଣ ଓଡିଆ ଯବାନ ମଧ୍ୟ ରହିଛନ୍ତି ।