ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ଇସ୍ତଫା : ସୁମନ କେ. ବେରୀ ନୂଆ ଉପାଧ୍ୟକ୍ଷ ନିଯୁକ୍ତ; ଆସନ୍ତା ମେ ୧ ତାରିଖରେ ଗ୍ରହଣ କରିବେ କାର୍ଯ୍ୟଭାର
କନକ ବ୍ୟୁରୋ : ବଦଳିଲେ ନୀତି ଆୟୋଗ ଉପାଧ୍ୟକ୍ଷ । ଉପାଧ୍ୟକ୍ଷ ପଦବୀରୁ ରାଜୀବ କୁମାରଙ୍କ ଇସ୍ତଫା ପରେ ନୂଆ ଉପାଧ୍ୟକ୍ଷ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ସୁମନ କେ ବେରୀଙ୍କୁ ନିତି ଆୟୋଗର ନୂଆ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସେ ଆସନ୍ତା ମେ ୧ ତାରିଖରୁ କାର୍ଯ୍ୟଭାର ଗ୍ରହଣ କରିବେ । ଶ୍ରୀ ବେରୀ ନୂଆଦିଲ୍ଲୀରେ ଥିବା ନ୍ୟାସନାଲ କାଉନସିଲ ଅଫ୍ ଆପ୍ଲାଏଡ ଇକୋନୋମିକ୍ ରିସର୍ଚ୍ଚର ନିର୍ଦ୍ଦେଶକ ଥିଲେ । ଏଥିସହ ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କାଉନସିଲର ସଦସ୍ୟ ଥିଲେ । ରିଜର୍ଭ ବ୍ୟାଙ୍କର ଷ୍ଟାଟିଷ୍ଟିକାଲ କମିଶନ ଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ, ପରିସଂଖ୍ୟାନ ଆୟୋଗ ଏବଂ ମୁଦ୍ରାନୀତି ସମ୍ପର୍କିତ ଭାରତୀୟ ରିଜର୍ଭ ବ୍ୟାଙ୍କର ବୈଷୟିକ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ହେଉଛନ୍ତି ସେଣ୍ଟର ଫର ପଲିସି ରିସର୍ଚର ଭିଜିଟିଂ ଫେଲୋ ଓ ୱାସିଂଟନ ଡିସିର ଉଡ୍ରୋ ୱିଲ୍ସନ୍ ଇଣ୍ଟରନ୍ୟାସନାଲ୍ ସେଣ୍ଟର ଫର ସ୍କଲାରର ଗ୍ଲୋବାଲ୍ ଫେଲୋ ମଧ୍ୟ। ବ୍ରସେଲ୍ସରେ ଥିବା ବ୍ରୁଏଜେଲ୍ ନାମକ ଅର୍ଥନୈତିକ ନୀତି ଗବେଷଣା ପ୍ରତିଷ୍ଠାନର ସେ ହେଉଛନ୍ତି ପ୍ରବାସୀ ଫେଲୋ । ରାଜୀବ କୁମାର ନିତି ଆୟୋଗକୁ ଆକାର ପ୍ରଦାନ କରିବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି । ସେ ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ହୋଇଥିବା ବେଳେ ୨୦୧୭ ଅଗଷ୍ଟରେ ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିୟାଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା।